ଯୋଗୀଙ୍କ ମୋରଦାବାଦ ହସ୍ପିଟାଲ ପରିଦର୍ଶନ ବେଳେ: ସାମ୍ବାଦିକଙ୍କୁ ତାଲା ପକାଇଲେ ଜିଲା ମାଜିଷ୍ଟ୍ରେଟ

Get real time updates directly on you device, subscribe now.

ମୋରଦାବାଦ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ମୋରଦାବାଦ ଜିଲ୍ଲା ହସ୍ପିଟାଲକୁ ଗସ୍ତରେ ଯାଇଥିଲେ । କିନ୍ତୁ ତାଙ୍କ ସହ ଯାଇଥିବା ୧୨ରୁ ଊଦ୍ଧ୍ୱର୍ ସାମ୍ବାଦିକଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ ଏମର୍ଜେନ୍ସି ୱାର୍ଡରେ ତାଲା ପକାଇଦେବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାମ୍ବାଦିକମାନେ ହସ୍ପିଟାଲର ଦୟନୀୟ ଅବସ୍ଥା ଓ ସ୍ୱାସ୍ଥ୍ୟସେବା ସଶ୍ଛର୍କରେ ଯୋଗୀଙ୍କୁ କାଳେ କୌଣସି ପ୍ରଶ୍ନ ପଚାରିବେ, ସେହି ଆଶଙ୍କା କରି ଜିଲ୍ଲା ମାଜିଷ୍ଟ୍ରେଟ ଏଭଳି କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ସାମ୍ବାଦିକମାନେ ନିଜର କ୍ୟାମେରା ଟିମ୍ ସହିତ ଯୋଗୀଙ୍କ ଗସ୍ତ କାର୍ଯ୍ୟକ୍ରମ ସଶ୍ଛର୍କରେ ରିପୋର୍ଟିଂ କରିବା ଲାଗି ଆସିଥିଲେ । କିନ୍ତୁ ମାଜିଷ୍ଟ୍ରେଟ ସେମାନଙ୍କୁ ନେଇ ଏମର୍ଜେନ୍ସି ୱାର୍ଡ ଭିତରେ ପୁରାଇ ବାହାରୁ ତାଲା ପକାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେମାନଙ୍କୁ ଅନୁମତି ଦେବାକୁ ମାଜିଷ୍ଟ୍ରେଟଙ୍କୁ ସାମ୍ବାଦିକମାନେ ଯେତେ କାକୁତି ମିନତି ହୋଇ କହିଥିଲେ ମ୍ମ ସେ ଶୁଣି ନଥିଲେ । କେବଳ ଏତିକି ନୁହେଁ ତାଲା ପକାଯିବା ପରେ ସିଭିଲ ଲାଇନ ପୁଲିସ ଥାନାର ଇନ୍ଚାର୍ଜ ସେହି କବାଟ ପାଖରେ ଜଗି ରହିଥିଲେ । ମୁଖ୍ୟମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ ସାରି େ‘ରିଯିବା ପରେ ମାଜିଷ୍ଟ୍ରେଟ କବାଟ ଖୋଲିବା ପରେ ସାମ୍ବାଦିକମାନେ ବାହାରିଥିଲେ । ହେଲେ ସାମ୍ବାଦିକଙ୍କୁ କାହିଁକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦିଆଗଲା ନାହିଁ ସେ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଜିଲ୍ଲା ପ୍ରଶାସନ କିମ୍ବା ଖୋଦ୍ ମାଜିଷ୍ଟ୍ରେଟ ଦେଇପାରିନାହାନ୍ତି । ହସ୍ପିଟାଲ ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ଚିକିତ୍ସ ିତ ହେଉଥିବା ରୋଗୀ ଓ ସେମାନଙ୍କ ସଶ୍ଛର୍କୀୟମାନଙ୍କୁ ସ୍ୱାସ୍ଥ୍ୟସେବା ସଶ୍ଛର୍କରେ ପଚାରି ବୁଝିଥିଲେ ।
ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ସେଠାକାର ସ୍ୱାସ୍ଥ୍ୟସେବା ସଶ୍ଛର୍କରେ ସମୀକ୍ଷା କରୁଛନ୍ତି । ଗତକାଲି ସେ ସାହାରନପୁର ଜିଲ୍ଲା ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ । ସେହିଭଳି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ଲାଗି ଜିଲ୍ଲା ସ୍ତରରେ କମିଟି ଗଠନ କରିବା ଲାଗି ମୁଖ୍ୟମନ୍ତ୍ରୀ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଅପରାଧୀଙ୍କ ଯୋଗୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ବୋଲି ଗତକାଲି କଂଗ୍ରେସ ସାଧାରଣ ସଶ୍ଛାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏ ସଶ୍ଛର୍କରେ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିବାରୁ ସେ କହିଲେ ଯେ ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସ ଅ୍ମକ୍ଷ ରାହୁଲ ଗାନ୍ଧୀ ଆମେଥିରୁ ଲୋକସଭା ନିର୍ବାଚନ ହାରିଯାଇଛନ୍ତି । ତେଣୁ ପ୍ରିୟଙ୍କା ଚର୍ଚ୍ଚାରେ ରହିବା ଲାଗି ଦିଲ୍ଲୀ, ଇଟାଲୀ କିମ୍ବା ଇଂଲ‘ରେ ବସି ଏଭଳି ବୟାନ ଦେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons