ମୁମ୍ବାଇ : ବଲିଉଡ୍ ବିଗ୍-ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡିଛନ୍ତି। ଏ ନେଇ ସେ ନିଜେ ରବିବାର ସଂଧ୍ୟାରେ ଟ୍ୱିଟ୍ କରି ସୂଚିତ କରିଛନ୍ତି। ଡାକ୍ତର ତାଙ୍କୁ ଯାତ୍ରା ଲାଗି ଅନୁମତି ଦେଉ ନାହାନ୍ତି। ଏଣୁ ସେ ସୋମବାର ଜାତୀୟ ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଚଳଚିତ୍ର ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇପାରିବେ ନାହିଁ ବୋଲି ସୂଚିତ କରିଛନ୍ତି।
ଅମିତାଭ ଜ୍ୱରରେ ପୀଡିତ ଥିବା ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଅମିତାଭ ୬୬ ତମ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥାନ୍ତେ। ଏହି ପୁରସ୍କାର ଭାରତୀୟ ସିନେମାର ଓସ୍କାର ଭାବେ ଜଣାସୁଣା। ଅମିତାଭଙ୍କୁ ଚିଳଚିତ୍ର ଜଗତରେ ଅଭୂତପୂର୍ବ ଯୋଗଦାନ ଓ ଉତ୍କୃଷ୍ଟ ଅଭିନୟ ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ।
ସୋମବାର ଉପରାଷ୍ଟ୍ରପତି ଭେଙ୍କୟା ନାୟଡୁ ଏହି ପୁରସ୍କାର ପ୍ରଦାନ କରିବାର କାର୍ୟ୍ୟକ୍ରମ ରହିଛି। ଗୁଜରାଟି ଫିଚର ଫିଲ୍ମ ‘ହେଲାରୋ’କୁ ଚଳିତବର୍ଷର ଶ୍ରେଷ୍ଠ ଫିଲ୍ମ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଆୟୁସ୍ମାନ ଖୁରାନଙ୍କୁ ‘ଅନ୍ଧାଧୁନ୍ଧ’ ଓ ବିକ୍କି କୌଶଲଙ୍କୁ ‘ଉରୀ: ଦି ସର୍ଜିକାଲ ଷ୍ଟ୍ରାଇକ୍’ ଲାଗି ମିଳିତ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ।
Comments are closed, but trackbacks and pingbacks are open.