ରକ୍ତରଞ୍ଜିତ ଭୋଇସାହି, ୨ ମୃତ

Get real time updates directly on you device, subscribe now.

ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ପାନୀୟଜଳ ପାଇପ୍ ସଂଯୋଗକୁ କେନ୍ଦ୍ରକରି ଆଜି ବ୍ରହ୍ମଗିରି ଥାନା ଡିମିରିସେଣା ଡିହ ଭୋଇସାହିରେ ଘଟିଛି ବୀଭତ୍ସ କାଣ୍ଡ । ଦୁଇ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଗୋÂୀ ସଂଘର୍ଷରେ ପରିଣତ ହୋଇଥିବା ବେଳେ ଗାଁ ଦାଣ୍ଡ ରକ୍ତରଞ୍ଜିତ ହୋଇଯାଇଛି । ଉଭୟ ପକ୍ଷର ଲୋକେ ତେଣ୍ଟା ଓ କୁରାଢ଼ୀରେ ହାଣକାଟରେ ମାତିବାରୁ ୨ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ୧୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ସୁରିଆ ଭୋଇ(୪୫) ଓ କାଳିଆ ଭୋଇ (୬୦) । ଆହତଙ୍କ ମଧ୍ୟରୁ ୭ ଜଣଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟମାନଙ୍କୁ ରେବଣା ନୂଆଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ପୁରୀ ଏସ୍ପି ଅଖିଳେଶ୍ୱର ସିଂ ଓ ସଦର ଏସ୍ଡିପିଓ କିଶୋର ମୁଣ୍ଡ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ରହ୍ମଗିରି ପୁଲିସ ଉଭୟ ପକ୍ଷର ୨୦ ଜଣଙ୍କୁ ଥାନାରେ ଅଟକ ରଖିଛି । ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି ।
ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀଙ୍କ ସୂଚନା ଅନୁସାରେ ଡିମିରିସେଣା ଡିହ ଭୋଇସାହିରେ କେତେଜଣ ଭୋଇ ପରିବାର ବସବାସ କରୁଛନ୍ତି । ଗ୍ରାମର ଶରତ ଭୋଇଙ୍କ ଘର ନିକଟକୁ ପାନୀୟ ଜଳ ପାଇପ୍ ବ୍ୟବସ୍ଥା ହୋଇଥିବାବେଳେ ସୁରିଆ ଭୋଇଙ୍କ ଘର ନିକଟକୁ ପାଇପ୍ ଲାଇନ୍ ଯାଇନାହିଁ । ସୁରିଆ ନିଜ ଘର ପାଖକୁ ପାଇପ୍ ପକାଇବା ପାଇଁ କହିବାରୁ ଆମେ ଟଙ୍କା ଖର୍ଚ୍ଚ କରି ପାଇପ୍ ଲାଇନ୍ ଆଣିଛୁ ତମକୁ ଦେବୁନାହିଁ ବୋଲି ଶରତ କହିଥିଲେ । ୧୦ ଦିନ ହେବ ଉଭୟଙ୍କ ମଧ୍ୟରେ ଏହି ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ଶନିବାର ରାତିରେ ଉଭୟ ପକ୍ଷର କେତେଜଣଙ୍କୁ ନେଇ ଏକ ବୈଠକ ହୋଇଥିଲା । ଆମକୁ ଟଙ୍କା ନ ଦଲେ ନୂଆ ପାଇପ୍ ପକାଇଦେବୁ ନାହିଁ ବୋଲି ଶରତ ଜିଦ୍ ଧରିବାରୁ ବୈଠକରେ କିଛି ସମାଧାନ ହୋଇପାରି ନ ଥିଲା । ଆଜି ସକାଳେ ନୂଆ ପାଇପ୍ ପକାଇବା ପାଇଁ ସୁରିଆ ଜବରଦସ୍ତ ମାଟି ଖୋଳିବାରୁ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗଣ୍ଡଗୋଳରେ ମାତିଯାଇଥିଲେ । ପରେ ସାହିର ଅନ୍ୟ ପରିବାର ହାଣକାଟରେ ସାମିଲ ହୋଇଯାଇଥିଲା । କୁରାଢୀ, କଟୁରି, ହାତୁଡ଼ି ଇତ୍ୟାଦି ମାରଣାସ୍ତ୍ରରେ ଦୁଇ ପକ୍ଷର ଲୋକ ସଂଘର୍ଷରେ ମାତିଥିବାବେଳେ ଶରତଙ୍କ କୁରାଢ଼ି ଚୋଟ ସୁରିଆଙ୍କ ପେଟରେ ବାଜିଥିଲା । ସେହିପରି ସୁରିଆ ଏକ ତେଣ୍ଟାରେ ଶରତଙ୍କ ଦାଦା କାଳିଆଙ୍କୁ ଆକ୍ରମଣ କରିବାରୁ ତାଙ୍କ ଛାତିରେ ଲାଗିଯାଇଥିଲା । ସୁରିଆଙ୍କୁ ବାଇକ୍ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ମାତ୍ର ଛାତିରେ ତେଣ୍ଟା ଲାଗି ରହିଥିବାରୁ ଛଟପଟ ହେଉଥିବା କାଳିଆଙ୍କୁ ଚିକିତ୍ସା ପାଇଁ ନେବାବେଳେ ଅପର ପକ୍ଷର ଲୋକେ ରାସ୍ତା ଛାଡ଼ି ନଥିଲେ । ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ କାଳିଆଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ଡାକ୍ତରଖାନାରେ କାଳିଆ ଓ ସୁରିଆଙ୍କର ମୃତୁ୍ୟ ହୋଇଥିଲା । ଉଭୟ ପକ୍ଷରୁ ରବିନାରାୟଣ ଭୋଇ (୫୦), ଶରତ ଭୋଇ (୪୯), ନିରଞ୍ଜନ ଭୋଇ (୫୪), ସୁକାନ୍ତି ଭୋଇ (୪୯), ବାସନ୍ତୀ ଭୋଇ (୪୦), ଗଜେନ୍ଦ୍ର ଭୋଇ (୪୧), ଧୁଳିଆ ଭୋଇ (୫୦), ମହେନ୍ଦ୍ର ଭୋଇ (୫୦), ସିଶୁଳା ଭୋଇ, ମଞ୍ଜୁ ଭୋଇ, ସୁମିତ୍ରା ଭୋଇଙ୍କ ସମେତ ୧୪ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସା ହୋଇଛନ୍ତି । ପୁଲିସ ଘଟଣାସ୍ଥଳରୁ ରକ୍ତଲଗା କୁରାଢ଼ୀ, କଟୁରୀ ଓ ହାତୁଡ଼ି ଜବତ କରିଛି । ଡିହ ଭୋଇ ସାହି ଜନଶୂନ୍ୟ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons