ବଲାଙ୍ଗୀର : ବଲାଙ୍ଗିର ସଇଁତଳା ଥାନା ଘୁନସର +୩ କଲେଜ୍ ନିକଟରୁ ରକ୍ତ ଭିଜା ବାଇକ୍ ଏବଂ ଚପଲ ଜବତ। ବାଇକଟି ନୂଆପଡ଼ା ଗାଁର ଲେମ୍ବୁ ସାହୁଙ୍କର ବୋଲି ଜଣାପଡ଼ିଛି । ଲେମ୍ବୁଙ୍କୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ।
ତେବେ ହତ୍ୟାକାଣ୍ଡର ଖବର ପାଇ ସଇଁତଳା ପୋଲିସ ସାଇଣ୍ଟିଫିକ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ଚାଷୀ ଫସଲ ବୀମା ପଞ୍ଜିକରଣ କରିବା ପାଇଁ ଆସି ଲେମ୍ବୁ ଘରକୁ ଫେରିନଥିବା ପରିବାର ଲୋକେ କହିଛନ୍ତି ।
Comments are closed, but trackbacks and pingbacks are open.