ରଖିବାକୁ ମନା କଲା ଏମ୍ସ:ଏସ୍ସିବି ଆସିବେ ଜଗା-କାଳିଆ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଅପରେସନ ପରେ ମୁଣ୍ଡ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ଖୁବ୍ଶୀଘ୍ର ଓଡ଼ିଶା ଫେରିବେ । ନୂଆଦିଲ୍ଲୀ ଏମସ୍ରୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଭୟଙ୍କୁ ସ୍ଥାନାନ୍ତର କରାଯିବ । ଏସ୍ସିବିରେ ସେମାନଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଢ଼ାଯିବ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏହି ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ଜଗା-କାଳିଆଙ୍କ ବାପା ମା’ ସେଠାରେ ଆଉ ରହିବାକୁ ରାଜି ନୁହନ୍ତି । ଜଗା-କାଳିଆଙ୍କୁ ଭୁବନେଶ୍ୱର ଏମ୍ସରେ ରଖିବାକୁ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କୁ ଏ ନେଇ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଜଗା- କାଳିଆଙ୍କୁ ରଖିବାକୁ ଲିଖିତ ମନା କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଏସ୍ସିବିରେ ଉଭୟଙ୍କୁ ରଖି ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏସ୍ସିବିରେ ଜଗା-କାଳିଆଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ । ଏଥିପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଢ଼ାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ସୂଚନାଯୋଗ୍ୟ, ଜଗା-କାଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦେଇଛନ୍ତି । ଏଥିସହ ଏମସ୍ରେ ଉଭୟଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ଅପରେସନ ଦ୍ୱାରା ଜଗା-କାଳିଆଙ୍କ ମୁଣ୍ଡ ଅଲଗା ହେବା ପରେ ପ୍ରାୟ ୨ ବର୍ଷ ହେଲା ସେମାନେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons