ଭୁବନେଶ୍ୱର: ପୁରୀ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ଗ୍ରାମ ରଘୁରାଜପୁର । ପ;ଚିତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର । କରୋନା କାଳରେ ଗାଁର ଶିଳ୍ପୀମାନଙ୍କୁ ସହାୟତା ସ୍ୱରୂପ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ । ଜୁନ୍ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର । ରାଜ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଶା ଖଣି ନିଗମର ମିଳିତ ସହଯୋଗରେ ଅନୁÂିତ ହୋଇଥିଲା । ଏଥିରେ ଗାଁର ୧୫୦ଟି ପରିବାର ଭାଗ ନେଇଥିଲେ । ପ୍ରତ୍ୟେକ ସେମାନଙ୍କ ଘରର ବାହାର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଏହି ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ । ଏଥିପାଇଁ ସେମାନଙ୍କ କଳାକୃତିକୁ ସ୍ୱୀକୃତି ସ୍ୱରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଆଜି ଥିଲା କାର୍ଯ୍ୟକ୍ରମର ଅନ୍ତିମ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶିବିରର ବୃତ୍ତଚିତ୍ର ‘ସପ୍ତରଙ୍ଗ’ ଉନ୍ମୋଚନ କରିଥିଲେ । ଏଥିସହ ଶିଳ୍ପୀମାନଙ୍କୁ ଅର୍ଥ ପ୍ରଦାନ କରିଥିଲେ ।
ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ରଘୁରାଜପୁର ଓଡ଼ିଶାର ଗର୍ବ ଓ ଗୌରବ । ଏହି ଗାଁର ଶିଳ୍ପୀଙ୍କ ତୂଳୀରେ ରୂପ ନେଉଥିବା ପଟ୍ଟଚିତ୍ର ଆଜି ରାଜ୍ୟ ପାଇଁ ଅନେକ ସୁନାମ ଓ ପ୍ରତିÂା ଆଣିଛି । ମହାନ୍ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ଜନ୍ମଭୂମି ମଧ୍ୟ ରଘୁରାଜପୁର । ୨୦୦୮ ମସିହାରେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥାଇ ପୁରୀ ଯିବା ବାଟରେ ରଘୁରାଜପୁର ପରିଦର୍ଶନ କରିଥବା ବିଷୟ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି କହିଥିଲେ, ସେ ଚାଲି ଚାଲି ପୂରା ଗାଁ ବୁଲି ଦେଖିଥିଲେ । ପ୍ରତି ଘର ଦାଣ୍ଡ କାନ୍ଥରେ ଅଙ୍କିତ ଚିତ୍ର ତାଙ୍କୁ ମୁଗ୍ଧ କରିଥିଲା । ସାରା ଗାଁଟି ତାଙ୍କୁ ଏକ ଆର୍ଟ ଗ୍ୟାଲେରୀ ପରି ଲାଗିଥିଲା । ପରେ ଗାଁ ଲୋକ ଯେପରି ଗାଁ ମଣ୍ଡପରେ ସଙ୍ଗେ ସଙ୍ଗେ ଗୋଟିପୁଅ ନାଚର ଆୟୋଜନ କରିଥିଲେ, ତା’ର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ରଘୁରାଜପୁର ବାସିନ୍ଦାମାନଙ୍କର ସେ ଦିନର ସେହି ଆଦର ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଛି । ଏହାକୁ ସେ କେବେ ଭୁଲିପାରିବେ ନାହିଁ ବୋଲି କହିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରେ ଓଡ଼ିଶାର କଳା ହିଁ ତା’ର ପରିଚୟ । ଏହାର ସୁରକ୍ଷା ଓ ବିକାଶ ପାଇଁ ସରକାର ସବୁବେଳେ କାମ କରୁଛନ୍ତି ଓ କାମ କରି ଚାଲିବେ । ରଘୁରାଜପୁରରେ ଆୟୋଜିତ ଏହି ଶିବିରର ସମ୍ପୂର୍ଣ୍ଣ ଡକୁ୍ୟମେଣ୍ଟେସନ୍ କରାଯାଇଥିବା ଜାଣି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ଏହା ୟୁଟୁ୍ୟବ୍ ଜରିଆରେ ସାରା ବିଶ୍ୱରେ ଆମ କଳାର ପ୍ରସାର ଦିଗରେ ସହାୟକ ହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ।
ଆଜି ଅନ୍ଲାଇନ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ, ନିଦେ୍ର୍ଧଶକ ରଞ୍ଜନ କୁମାର ଦାସ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଅତିଥିମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ଡ. ସମର୍ଥ ବର୍ମା, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଡ. ସୁଦର୍ଶନ ପଟ୍ଟନାୟକ, ସଚିବ ପଞ୍ଚାନନ ସାମଲ, ରଘୁରାଜପୁର ଗ୍ରାମ୍ୟ କମିଟିର ସଭାପତି ଲିଙ୍ଗରାଜ ସୁବୁଦ୍ଧି, ସମ୍ପାଦକ ଅଭିରାମ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏକାଡେମୀ ଓଏସ୍ଡି ମନସ୍ୱିନୀ ସାହୁ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.