ରଙ୍ଗୋଲିଙ୍କ ଘର ସଜାଉଛନ୍ତି କଙ୍ଗନା

Get real time updates directly on you device, subscribe now.

ଲକ୍ଡାଉନ୍ର ଏହି ସମୟରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ଙ୍କୁ ଏକ ନୂଆ କାମ ମିଳିଯାଇଛି । ସେ ଭଉଣୀ ରଙ୍ଗୋଲି ଚନେ୍ଦଲଙ୍କର ନୂଆ ଘରକୁ ସଜାଇବାରେ ବ୍ୟସ୍ତ ଅଛନ୍ତି । ତା’ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ରଙ୍ଗୋଲି ଏ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ବି କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ମୋତେ ପୁରୁଣା ଦେଖାଯାଉଥିବା ଜିନିଷ ବିଲକୁଲ୍ ପସନ୍ଦ ନୁହେଁ । ତେଣୁ ସେ ହିସାବରେ ଘରର ଇଣ୍ଟରିୟର ଡିଜାଇନ୍ କରିବାକୁ ତାଙ୍କୁ କହିଥିଲି । କଙ୍ଗନାଙ୍କୁ ଭିଣ୍ଟେଜ୍ ଲୁକ୍ ପସନ୍ଦ ଥିବାରୁ ଏହି କାମ ତାଙ୍କ ପାଇଁ ଖୁବ୍ କଷ୍ଟକର ଥିଲା । ହେଲେ ଅନେକ ଦିନ ଧରି ପରିଶ୍ରମ ପରେ ସେ ଏହାକୁ କରି ଦେଖାଇଛନ୍ତି । ଏହା ମୋ ପାଇଁ ଘର ନୁହେଁ, ସ୍ୱର୍ଗ । ସୂଚନାଥାଉ କି, କଙ୍ଗନା ତାଙ୍କ ଭଉଣୀ ରଙ୍ଗୋଲିଙ୍କ ସହ ଖୁବ୍ ଘନିÂ । ପରିସ୍ଥିତି ଯାହା ବି ହେଉ ସବୁ ସମୟରେ ଉଭୟ ପରସ୍ପରକୁ ସମର୍ଥନ କରିଥାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons