ଚେନ୍ନାଇ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସୁପରଷ୍ଟାର ରଜନୀକାନ୍ତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ ‘ମୋଦି-ଶାହ’ ଯୋଡ଼ିକୁ ‘ଭଗବାନ କୃଷ୍ଣ ଏବଂ ଅର୍ଜୁନ’ଙ୍କ ଯୋଡ଼ି ସହ ତୁଳନା କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଜୀବନି ଉପରେ ଲେଖାଯାଇଥିବା ଏକ ପୁସ୍ତକ ଉନ୍ମୋଚନ କରିବା ଅବସରରେ ରଜନୀକାନ୍ତ ଏଭଳି କହିଛନ୍ତି । ସେ କହିଛନ୍ତି, ‘ମିଶନ କାଶ୍ମୀର ନିମନ୍ତେ ଅମିତ୍ ଶାହଙ୍କୁ ମୋର ଶୁଭେଚ୍ଛା । ମୋଦି ଏବଂ ଶାହ ଉଭୟ କୃଷ୍ଣ-ଅର୍ଜୁନଙ୍କ ଭଳି କାର୍ଯ୍ୟ କରୁଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରୁ କିଏ କୃଷ୍ଣ ଏବଂ କିଏ ଅର୍ଜୁନ ଏକଥା ସେ ଜାଣି ନଥିବା କହିଛନ୍ତି । ଏହି ଅବସରରେ ସେ ୨୦୨୧ ସୁଧା ଏକ ନୂଆ ଦଳ ଗଠନ କରିବେ ବୋଲି ମଧ୍ୟ ଜଣାଇଥିଲେ । ତାମିଲନାଡୁରେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ନିଜ ଦଳରୁ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛନ୍ତି ।
Comments are closed, but trackbacks and pingbacks are open.