ରଣ କ୍ଷେତ୍ର ପାଲଟିଲା ପଲ୍ଲୀସଭା

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): କରୋନା ସମୟରେ ସମସ୍ତ ସଭା ସମିତି ଆୟୋଜନ କରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ହେଲେ ଭଦ୍ରକ ଜିଲ୍ଲାରେ ଅନିୟମିତତା ଭାବେ ପଲ୍ଲୀ ସଭା ଚାଲିଥିବା ଜଣାପଡିବା ପରେ ଉ୍ତ ସଭା କିଛି ସମୟ ପାଇଁ ରଣ କ୍ଷେତ୍ର ପାଲଟି ଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ଆଜି(ଶୁକ୍ରବାର) ସକାଳେ ପ୍ରାୟ ୯ଟା ବେଳେ ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ପଞ୍ଚାୟତସ୍ଥିତ କୋଡ଼ଗମ୍ଭିର ଗାଁରେ ପଞ୍ଚାୟତ ପିଇଓ ତାପସ କୁମାର ଦାସ, ସରପଞ୍ଚ କାଳନ୍ଦୀ ଜେନା ଓ ତାଙ୍କ ସମର୍ଥକମାନଙ୍କ ସହମତିରେ ପଲ୍ଲୀସଭା ଚାଲିଥିଲା । ହେଲେ ସେମାନେ ପଲ୍ଲୀସଭା ପାଇଁ ସରକାରୀ ସ୍ତରରେ କୌଣସି ଅନୁମତି ନେଇ ନଥିବା ଜଣାପଡିଛି । ଗାଁରେ ପଲ୍ଲୀସଭା ହେଉଥିବା ଦେଖି ଗାଁ ଲୋକେ ଲକ୍ଡାଉନ୍ ସମୟରେ କୌଣସି ସଭା ସମିତିରେ ଲୋକେ ଏକତ୍ରିତ ହୋଇପାିରବେ ନାହିଁ ବୋଲି ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାପରେ ସରପଞ୍ଚଙ୍କ ସମର୍ଥକ ଗାଁ ଲୋକଙ୍କୁ ଲୁହା ରଡ୍ ଓ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଲକ୍ଡାଉନ୍ ସମୟରେ ପଲ୍ଲୀ ସଭା କରି ସରକାରୀ ଦସ୍ତାବିଜକୁ ନିଜ ଅକ୍ତିଆର କରିବା ଲାଗି ସରପଞ୍ଚ ପ୍ରୟାସ କରୁଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇର୍ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons