ରଥଚକଡ଼ା ସ୍ଥାନାନ୍ତର କରାଇଦେବୁନ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ସିଂହଦ୍ୱାର ଏବଂ ଅରୁଣ ସ୍ତମ୍ଭ ଆଗରେ ତିନି ରଥ ଠିଆ ହେଉଥିବା ରଥଚକଡ଼ାକୁ ସ୍ଥାନାନ୍ତରକୁ ବିରୋଧ କରାଯିବ । ଯୁଗଯୁଗ ଧରି ପ୍ରଚଳିତ ପରମ୍ପରାକୁ ଜାରି ରଖିବା ଏବଂ ପରିସ୍ଥିତି ଚାପରେ ରଥଚକଡ଼ା ସ୍ଥାନ ବଦଳା ଯିବ ନାହିଁ ବୋଲି ସେବାୟତମାନେ ଶୁକ୍ରବାର ଜୋର୍ ଦେଇଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟିର ୬ ଜଣ ବେସରକାରୀ ସଦସ୍ୟଙ୍କୁ ଆଜି ଶ୍ରୀମନ୍ଦିର ଚୌହଦି ସୌନ୍ଦର୍ଯ୍ୟକରଣ ପରିକଳ୍ପନାକୁ ଅବଗତ କରାଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁÂିତ ବୈଠକରେ ଅଧିକାରୀମାନଙ୍କ ସହ ୫ ଜଣ ସେବାୟତ ସଦସ୍ୟ ଏବଂ ଜଣେ ମଠ ପ୍ରତିନିଧି ଥିଲେ । ଚୌହଦି ସୌନ୍ଦର୍ଯ୍ୟକରଣ ଯୋଜନାର ଭିଡିଓ ପ୍ରଦର୍ଶନ ବେଳେ ଏଭଳି ମତ ମିଳିଥିଲା ।
ରଥଚକଡ଼ା ସ୍ଥାନ ବଦଳିଲେ ପହଣ୍ଡିଠାରୁ ଆରମ୍ଭ କରି ରଥପ୍ରତିÂା ଭଳି ଅନେକ ନୀତି ସମ୍ପାଦନ ହୋଇ ପାରିବ ନାହିଁ ବୋଲି ସେବାୟତ ସଦସ୍ୟମାନେ କହିଥିଲେ । ଭିଡିଓ ପ୍ରଦର୍ଶନ ବେଳେ ସିଂହଦ୍ୱାର ସାମ୍ନା ରଥଚକଡ଼ାରେ ତିନି ରଥ ଠିଆ ହେବାର ଦୃଶ୍ୟ ନଥିବା ଦେଖାଯାଇଥିଲା । ସେମାନେ କହିଥିଲେ ଅରୁଣ ସ୍ତମ୍ଭ ଆଗରେ ରଥଚକଡ଼ା ପରମ୍ପରାକୁ ଜାରି ରଖିବା ଆବଶ୍ୟକ । ରଥଚକଡ଼ା କୌଣସି ପରିସ୍ଥିତିରେ ସ୍ଥାନାନ୍ତର କରାଇ ଦିଆଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ ।
ଶ୍ରୀମନ୍ଦିର ପ୍ରଶାସନ ଏବଂ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ସୌନ୍ଦର୍ଯ୍ୟକରଣରେ ନିୟୋଜିତ ବେଙ୍ଗାଲୁରୁର ସ୍ଥପତି ବୈଠକରେ ସୂଚନା ଦେଇଥିଲେ, ବର୍ତ୍ତମାନର ନୂତନ ସିଂହଦ୍ୱାର ବ୍ୟାରିକେଡ୍ ଚୂଡ଼ାନ୍ତ ପ୍ଲାନରେ ପୁଣି ସ୍ଥାନାନ୍ତର ହେବ । କାକୁଡ଼ିଖାଇ ମନ୍ଦିର ସାମନା ମେଘନାଦ ପାଚେରି ସବୁଜ ବଳୟକୁ ଛାଡ଼ି ଏହି ବ୍ୟାରିକେଡ୍ ରହିବ । ଦର୍ଶନାର୍ଥୀମାନେ ବର୍ତ୍ତମାନର ପାଦଧୁଆ କେନ୍ଦ୍ର ଦେଇ ଶ୍ରୀମନ୍ଦିର ସିଂହଦ୍ୱାର ପ୍ରବେଶ କରିବେ । କାକୁଡ଼ିଖାଇଙ୍କ ମନ୍ଦିର ପାଖରେ ଭୂତଳ ପାର୍କିଂ ଏବଂ ଜିନିଷ ଘର ରହିବ । ସେଠାରେ ଦୁଇଚକିଆ ଗାଡ଼ି ରଖି ଭକ୍ତମାନେ ସିଂହଦ୍ୱାର ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ସମସ୍ତଙ୍କ ପାଇଁ ସୌନ୍ଦର୍ଯ୍ୟକରଣ ଯୋଜନାରେ ପଥ ରହିଛି । ମହାପ୍ରଭୁଙ୍କ ପରିକ୍ରମା ପାଇଁ ସୌନ୍ଦର୍ଯ୍ୟକରଣ ନକ୍ସାରେ କୌଣସି ବ୍ୟବସ୍ଥା ନାହିଁ । ସୌନ୍ଦର୍ଯ୍ୟକରଣ ଯୋଜନାରେ ୭ଟି ଲେନ୍ ରହିଛି । ଏହି ଲେନ୍ରେ ଶ୍ରୀମନ୍ଦିର ଚୌହଦିରେ ଠାକୁରମାନଙ୍କ ପରିକ୍ରମା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖିବାକୁ ପ୍ରସ୍ତାବ ମିଳିଥିଲା । ମେଘନାଦ ପାଚେରି କଡ଼କୁ ଲାଗି ଏହି ପରିକ୍ରମା ପଥ କରିବାକୁ ପ୍ରସ୍ତାବ ଆସିଥିଲା । ମେଘନାଦ ପାଚେରି କଡ଼କୁ ଲାଗି ଉଦ୍ୟାନ ରହିବ । ଏହି ଉଦ୍ୟାନକୁ ଲାଗି ଠାକୁରମାନଙ୍କ ପରିକ୍ରମା ପଥ ରହିବ । ଏହି ପଥ ଉପରେ ଛାତ ରହିବ ନାହିଁ । ଠାକୁରଙ୍କ ଯାତାୟାତ ବ୍ୟତୀତ ଏହି ଲେନ୍ରେ ଗେଟ ଲାଗିବ । ଏହାକୁ ଲାଗି କାରୁକାର୍ଯ୍ୟଯୁକ୍ତ ଖଣ୍ଡୋଲାଇଟ୍ ପାଚେରି ନିର୍ମାଣ ହେବ । ଏହି ପାଚେରିକୁ ଲାଗି ଆଉ ଏକ ସାଧାରଣ ପରିକ୍ରମା ମାର୍ଗ ରହିବ ।
ଶ୍ରୀମନ୍ଦିର ଚୌହଦିର ଚାରି କୋଣରେ ୪ଟି ସୁରକ୍ଷା ୱାଚ ଟାୱାର ନିର୍ମାଣ ହେବ । ଏହା ବ୍ୟତୀତ ଅଣହିନ୍ଦୁ ଭକ୍ତଙ୍କ ଦର୍ଶନ ଲାଗି ଅନ୍ୟ ଦୁଇଟି ଟାୱାର ନିର୍ମାଣ କରାଯିବ । ଅଣହିନ୍ଦୁ ଭକ୍ତମାନେ ଅନ୍ୟ ଦୁଇଟି ଦର୍ଶନ ଟାୱାର ଉପରୁ ମନ୍ଦିର ଦର୍ଶନ କରିବେ । କାକୁଡ଼ିଖାଇ ମନ୍ଦିର ବାମ ପାଖ ଏମାର ମଠ ଜମିରେ ରଘୁନନ୍ଦନ ପାଠାଗାର ନିର୍ମାଣ ହେବ ।
ଜାନୁଆରି ୨୧ ସୁଦ୍ଧା ଏହି ପରିକଳ୍ପନାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବାର ଆଶା କରାଯାଉଛି । ଚୌହଦିରେ ସୁବୁଜିମା,ବଗିଚା, ମଠ ସୌନ୍ଦର୍ଯ୍ୟକରଣ, ଯାତ୍ରୀ ସେବା ଆଦି ବିଭିନ୍ନ ଲେନ୍ରେ ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons