ରଥଯାତ୍ରାରେ ବାଧକ ହଟିଯିବା ଆବଶ୍ୟକ : ବିଶ୍ୱହିନ୍ଦୁ ପରିଷଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ):ରଥଯାତ୍ରାରେ ବାଧକ ହଟିଯିବା ଆବଶ୍ୟକ ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛନ୍ତି । ପରିଷଦର ଜାତୀୟ ସାଧାରଣ ସମ୍ପାଦକ ମିଲିନ୍ଦ ପରାନେ୍ଦ କହିଛନ୍ତି ଯେ, ପୁରୀରେ ଅନୁÂିତ ହେଉଥିବା ଭଗବାନ ଶ୍ରୀ ଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରା ଶତାବ୍ଦୀ ଶତାବ୍ଦୀ ଧରି ନିରବଚ୍ଛିନ୍ନ ଭାବରେ ଅନୁÂିତ ହେଉଥିଲା । ତାହା ଏ ବର୍ଷ ମଧ୍ୟ ପାରମ୍ପରିକ ରୀତିରେ ପାଳନ କରାଯିବା ଉଚିତ । କୋଭିଡ-୧୯ର ସମସ୍ତ କଟକଣାକୁ ଦୃଷ୍ଟିରେ ରଖି ମଧ୍ୟ, ମହାପ୍ରଭୁଙ୍କ ରଥଯାତ୍ରାକୁ ପବିତ୍ର ବଡଦାଣ୍ଡରେ ପାଳନ କରାଯାଇ ପାରିବ । ବର୍ତ୍ତମାନ ପରିସ୍ଥିତିରେ ଲକ୍ଷାଧିକ ଭକ୍ତଙ୍କର ଜନସମାଗମ ହେବା ଅସମ୍ଭବ । ତେଣୁ ସୁପ୍ରିମକୋର୍ଟ ତାଙ୍କର ନିଷ୍ପତ୍ତିର ପୂନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons