ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାତି ପାହିଲେ ରଥଯାତ୍ରା ହେଲେ ଏହାକୁ ନେଇ ଏବେ ବି ଲାଗି ରହିଛି ଲୁଚକାଳି ଖେଳ । ସୁପି୍ରମକୋର୍ଟଙ୍କ ପୂର୍ବ ରାୟ ଜଗନ୍ନାତ ପ୍ରେମୀଙ୍କ ମନରେ କୁଠାରଘାତ କରିଥିଲା । ଓଡ଼ିଆଙ୍କ ଆରାଧ୍ୟ ଦେବତା କାଳିଆ ଠାକୁରଙ୍କ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ଘଟଣାକୁ ଶ୍ରାଦ୍ଧାଳୁମାନେ ସହଜେ ହଜମ କରିପାରିନଥିଲେ । ଆଜି (ସୋମବାର) ରଥଯାତ୍ରା ମାମଲାର ପୁନଃ ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ରଥଯାତ୍ରା ଅନୁମତି ନଦେବାକୁ ଅପିଲ କରିଥିବା ଓକିଲ ସୁଶାନ୍ତ ପାଢ଼ିଙ୍କ ଘର ଉପରକୁ ଆଜି କିଛି ଲୋକ ଅଣ୍ଡା ମାଡ଼ କରିଥିବା ଜଣାଯାଇଛି । ସୁଶାନ୍ତଙ୍କ ଭୁବନେଶ୍ୱର ବମିଖାଲ ସାଈ ବିହାରସ୍ଥିତ ଘର ଉପରକୁ ଅଣ୍ଡା ମାଡ଼ ହୋଇଥିବା ଜଣାଯାଇଛି । ପୋଲିସ ଉପସ୍ଥିତିରେ ବିକ୍ଷୋଭକାରୀ ସୁଶାନ୍ତଙ୍କ ଘର ନିକଟରେ ପହଞ୍ଚି ଅଣ୍ଡାମାଡ଼ କରିଥିଲେ । ପୋଲିସ ଏହାକୁ ବିରୋଧ କରିବାରୁ ପୋଲିସ ସହ ସେମାନଙ୍କର ଠେଲାପେଲା ହୋଇଥିଲା ।
Comments are closed, but trackbacks and pingbacks are open.