ପୁରୀ,(ବି.ବି.ବୁ୍ୟରୋ): ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ନେଇ ପୁଣି ନୂଆ ସଙ୍କେତ ମିଳିଛି । ଆଗାମୀ ରଥଯାତ୍ରା ପାଇଁ ଉଭୟ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚାରିପାଖେ ଅସ୍ଥାୟୀ ଭାବେ ସିସିଟିଭି କ୍ୟାମେରା ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଆହ୍ୱାନ କରିଛି । ଯାହାକି ରଥଯାତ୍ରା ଆୟୋଜନ ହେଉଥିବା ନେଇ ସ୍ପଷ୍ଟ ସଂକେତ ଦେଉଛି । ପୂର୍ବରୁ ସିସିଟିଭି ଲଗାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ଆଉ ଏବେ ବିଜ୍ଞାପନ ଜରିଆରେ ଟେଣ୍ଡର ଡକାଯାଇଛି । କେବଳ ରଥଯାତ୍ରା ସମୟ ପାଇଁ ଏହି ସିସିଟିଭି ବ୍ୟବସ୍ଥାର ଆୟୋଜନ କରାଯାଉଥିବାରୁ ରଥଯାତ୍ରା ସମ୍ଭାବନା ଅଧିକ ଦୃଢ଼ୀଭୂତ ହୋଇଛି । ସେପଟେ କରୋନା ସ୍ଥିତି ଯୋଗୁଁ ପୁରୀ ରଥଯାତ୍ରା ହେବ କି ନାହିଁ, ତାର କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ ବୋଲି କହିଛନ୍ତି ବରିÂ ସେବାୟତ ବିନାୟକ ଦାସମହାପାତ୍ର । ସେ କହିଛନ୍ତି, ରଥଯାତ୍ରା ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣିକି ତାହା ଭକ୍ତଙ୍କ ବିନା ମଧ୍ୟ ହୋଇପାରିବ । ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସବୁ ରୀତିନୀତି ସୁରୁଖୁରୁ କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ସେ କହିଛନ୍ତି । ନୀତି ରୀତିନୀତି ପାଇଁ ଭୋର ୪ଟାରେ ପହଣ୍ଡି , ଦିନ ୧୧ଟାରେ ରଥଟଣା ହେବ । ରଥ ଉପରେ କମ ସଂଖ୍ୟକ ସେବାୟତ ଉପସ୍ଥିତ ରହିବେ । ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ଏବଂ ତା ପରଦିନ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ ବୋଲି ବିନାୟକ ଦାସମହାପାତ୍ର ।
Comments are closed, but trackbacks and pingbacks are open.