ରଥଯାତ୍ରା ବନ୍ଦକୁ ନେଇ କାନ୍ଦି ପକାଇଲେ ବିଧାୟକ ସୁର ରାଉତରାୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ବରିÂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁର କହିଲେ ୬୫ ବର୍ଷ ହେଲା ରଥ ଭିଡ଼ି ଆସିଛି । ହେଲେ ସୁପି୍ରମକୋର୍ଟଙ୍କ ଗତକାଲିର ନିଷ୍ପତ୍ତି ପରେ ରାତିରେ ଶୋଇପାରିନି । ଯାତ୍ରା ଯଦି କରିବାର ନ ଥିଲା କାହିଁକି ଅନୁମତି ଦେଲ, ରଥ ନିର୍ମାଣ କଲ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ନିଜ କ୍ଷୋଭ ପ୍ରକାଶ କରି ସୁର କହିଛନ୍ତି, ଏ ବର୍ଷ ନରେନ୍ଦ୍ର ମୋଦି ଷଡଯନ୍ତ୍ର କଲେ । କୋଟି କୋଯି ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କୁ ରଥାରୁଢ଼ ହେବାକୁ ଅନୁମତି ମିଳିଲା ନାହିଁ । ଫଳରେ ହଜାର ହଜାର ବର୍ଷର ପରାମ୍ପରା ଭାଙ୍ଗି ଯାଇଛି । ସୁପ୍ରିମକୋର୍ଟଙ୍କ ଜରିଆରେ ଅନ୍ୟାୟ କରାଯାଇଛି । ଜଗନ୍ନାଥ କେବେ ବି କ୍ଷମା ଦେବେନି ବୋଲିସେ ଚେତାଇ ଦେଇଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ପୁରୀ ରଥଯାତ୍ରାକୁବନ୍ଦ ରଖିବାକୁ ଗତକାଲି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ସୁପି୍ରମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାସ୍ତ୍ୟ ପାଇଁ ରଥଯାତ୍ରା ବନ୍ଦ ହୋଇଥିବା ସେ କହିଥିଲେ । ଏଥିସହ ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବେ, ତାହେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା ଦେବେନାହିଁ ବୋଲି ଜଷ୍ଟିସ୍ ବୋବଡେ଼ କହିଥିଲେ । କେବଳ ପୁରୀ ନୁହେଁ, ଚଳିତ ବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥାଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons