ପୁରୀ,(ବି.ବି.ନୁ୍ୟଜ୍): ହଟିଲା ସସ୍ପେନ୍ସ , ବଡ଼ଦାଣ୍ଡରେ ଗଡ଼ିବ ରଥ । ଦୀର୍ଘଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ସୁପି୍ରମକୋର୍ଟ ପୁରୀ ରଥଯାତ୍ରା ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ପୁରୀରେ ରଥଯାତ୍ରା ଆୟୋଜନ ନେଇ ଅନୁମତି ଦେଇଛନ୍ତି । ବଡ଼ଦାଣ୍ଡରେ ଚଳିତ ବର୍ଷ ରଥ ଗଡିବା ନେଇ ସୁପି୍ରମକୋର୍ଟ ରାୟ ଦେଇଥିଲେ ମଧ୍ୟ ବିନା ଭକ୍ତରୋ ଘୋଷଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି । କେବଳ ପୁରୀରେ ରଥଯାତ୍ରା ଆୟୋଜନ ନେଇ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି । କୋଭିଡ୍ ସଂପର୍କିତ ସମସ୍ତ ନିୟମ ମାନିବାକୁ ସୁପି୍ରମକୋର୍ଟ ନଦେ୍ର୍ଧଶ ଦେଇଛନ୍ତି । ଏହି ସମବେଦନଶୀଳ ମାମଲାରେ ସୁପ୍ରମିକୋର୍ଟରମୁଖ୍ୟ ବିଚାରପତି ଏଏସ୍ ବୋବଡେ଼ , ବିଚାରପତି ବୋପାନ୍ନା ଓ ବିଚାରପତି ମାହେଶ୍ୱରୀଙ୍କ ତିନି ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଶୁଣାଣି ସମୟରେ ରଥଯାତ୍ରା କିପରି ଅନୁÂିତ ହେବ ଏବଂ ତାର ଆୟୋଜନ ସଂପର୍କରେ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ଓଡ଼ିଶା ସରକାର ନିଷ୍ପତ୍ତି ନେବେ । ସୁପି୍ରମକୋର୍ଟ ତାଙ୍କ ରାୟରେଶ୍ରୀମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ିଛନ୍ତି । ଭକ୍ତ ରଥ ଟାଣି ପାରିବେ ନାହିଁ । ବଡ଼ଦାଣ୍ଡରେ ଭକ୍ତ ରଥ ଟାଣି ପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟରେ କହିଛନ୍ତି । ରଥ ଯାତ୍ରାର ସିଧା ପ୍ରସାରଣ ହେବ ଏବଂ ଟେଲିଭିଜନ ଜରିଆରେ ଭକ୍ତ ଏଥର ରଥ ଯାତ୍ରା ଦେଖିବେ । ରାଜ୍ୟ ସରକାର ରଥ ଯାତ୍ରା ଆୟୋଜନରେ କେନ୍ଦ୍ରର ସାହାଯ୍ୟ ନେବେ ବୋଲି କହିଛନ୍ତି । ଏହି ପରି ପୁରୀ ଜିଲ୍ଲାପାଳ ମଧ୍ୟ କୋଭିଡ୍-୧୯ ନିୟମ ଅନୁଯାୟୀ ରଥ ଯାତ୍ରା ପାଳନ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି । ସୁପି୍ରମକୋର୍ଟଙ୍କ ଏହି ରାୟ ପରେ କେବଳ ଓଡ଼ିଶାବାସୀ ନୁହନ୍ତି ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି । ଫଳରେ ଆସନ୍ତାକାଲି ପୁରୀ ବଡ଼ ଦାଣ୍ଡରେ ତିନି ରଥ ଗଡିବା ନେଇ ପଥ ପରିଷ୍କାର ହୋଇଛି । ତିନି ଦିଅଁଙ୍କ ଲାଗି ତିନି ରଥ ପ୍ରସ୍ତୁତ ହୋଇ ବଡ଼ଦାଣ୍ଡରେ ଛିଡା ହୋଇଛି । ଆଜି ସକାଳେ ପରମ୍ପରା ।ଓ ନୀତି ନୀତି ସଂପନ୍ନ କରାଯାଇ ତିନି ରଥରେ ଆଜ୍ଞାମାଳ ବିଜେ କରାଯାଇଛି । ଏବେ ତିନି ରଥକୁ ସିଂହ ଦ୍ୱାର ସମ୍ମୁଖକୁ ଟଣାଯିବ । ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ଦିନ ପୁରୀରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ସେହି ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ବର୍ତ୍ତମାନ ସମୟରେ ରଥଯାତ୍ରା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ତେବେ ଆଜିର ଶୁଣାଣିରେ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ରାତି ପାହିଲେ ରଥ ଯାତ୍ରା । ରଥ ପ୍ରସ୍ତୁତ ଥିବା ବେଳେ ପଥ ବି ରଥାରୁଢ଼ ଶ୍ରୀଜୀଉଙ୍କ ଅପେକ୍ଷାରେ ରହିଛି । ଏପରି ସ୍ଥିତିରେ ସୁପ୍ରିମକୋର୍ଟର ପୂର୍ବ ରାୟକୁ ନେଇ କୋଟି କୋଯି ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହେବା ପରେ ଆଜି ଏହାର ପୁନଃ ଶୁଣାଣି ହେବାକୁ ଯାଉଛି । ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ୍.ଏ. ବୋବଡେ଼ଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଏହାକୁ ଶୁଣାଣି କରିବେ । ମୁଖ୍ୟ ବିଚାରପତି ନାଗପୁରସ୍ଥିତ ଘରୁ ଭିଡିଓ କନଫରେନସିଂ ଜରିଆରେ ରଥଯାତ୍ରା ସମ୍ପର୍କୀତ ମାମଲାର ଶୁଣାଣି କରିବେ । ପୂର୍ବରୁ ସୁପ୍ରିମକୋର୍ଟରେ ରଥ ଯାତ୍ରା ସମ୍ପର୍କରେ ଯୁକ୍ତି ନ ବାଢ଼ି ବିଭିନ୍ନ ମହଲରୁ ନିନ୍ଦିତ ହୋଇଥିବା ରାଜ୍ୟ ସରକାର ଏଥର କିନ୍ତୁ କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ସବୁ କାମ ଆଗେଇ ଚାଲିଛି । ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟ ବରିÂ ଅଧିକାରୀ ରାତି ଅଧିଆ ରଥ ଖଳା ପରିଦର୍ଶନ କରିଥିବା ବେଳେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ରଥଯାତ୍ରା ସମ୍ପର୍କରେ ବିଶେଷ ଆଲୋଚନା କରାଯାଉଥିବା ବେଳେ ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ଏହି ବୈଠକରେ ସାମିଲ ଥିବା ଜଣାଯାଇଛି । ଅପରପକ୍ଷେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ଜାଗା ଖାଲି କରିବାକୁ ସବୁ ଉଠାଦୋକାନୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ତୁରନ୍ତ ଜାଗା ଖାଲି କରିବାକୁ ପୁରୀ ମୁ୍ୟନିସିପାଲଟି ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷେ ରଥ ଯାତ୍ରା ନେଇ ଗୃହ ମନ୍ତ୍ରୀ ଅମିତ ଶାହ ଜଗପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ କଥା ହୋଇଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଧଶରେ ଅମିତ ଶାହ କଥା ହୋଇଥିବା ନେଇ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.