ପୁରୀ,(ବି.ବି.ନୁ୍ୟଜ୍): ରଥ କାମରେ ନିୟୋଜିତ ସମସ୍ତ ସେବାୟତ ତଥା ସେମାନଙ୍କ ପରିବାର ସଦସ୍ୟଙ୍କର ବି ହେବ କରୋନା ଟେଷ୍ଟ । ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପୁରୀ ସିଡିଏମ୍ଓଙ୍କୁ କୁହାଯାଇଛି । ରଥ କାମରେ ନିୟୋଜିତ ସେବାୟତଙ୍କୁ କରୋନାର ଭୟାବହତା ସମ୍ପର୍କରେ ଅବଗତ କରାଯିବା ସହ ସାମାନ୍ୟ ସାବଧାନ ହୋଇପାରିଲେ କିପରି ଏଥିରୁ ବର୍ତ୍ତିପାରିବେ ସେ ସମ୍ପର୍କରେ ନିୟମିତ ସଚେତନ କରାଯିବ । ରଥ କାମ ଶେଷ ଯାଏ ପ୍ରତ୍ୟେହ ସେବାୟତଙ୍କୁ କରୋନା ସମ୍ପର୍କରେ ସଚେତନ କରାଯିବ । ବିଶ୍ୱକର୍ମା ଓ ଭୋି ସେବାୟତଙ୍କୁ ମଧ୍ୟ ପୁରୀ ଏଡିଏମ୍ଓଙ୍କ ନେତୃତ୍ୱାଧୀନ ଡାକ୍ତରୀ ଟିମ୍ ସଚେତନ କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିନିମନ୍ତେ ୪ଟି ସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇଛି । ରଥ ଖଳା, ଭକ୍ତ ନିବାସରେ ରହିବେ ସ୍ୱତନ୍ତ୍ର ହେଲ୍ଥ ଟିମ୍ । ମୋବାଇଲ ଟିମ୍ ମଧ୍ୟ ନିୟୋଜିତ ହେବ, ଆକ୍ଟିଭ୍ ସର୍ଭେଲାଇନ୍ସ କରିବେ ।


Comments are closed, but trackbacks and pingbacks are open.