ପୁରୀ,(ବି.ବି.ନୁ୍ୟଜ୍): ରଥଖଳାରେ ତିନି ରଥ ନିର୍ମାଣ ପାଇଁ ଅନୁମତି ମିଳିବା ପରେ ଶନିବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ତଥା ବରିÂ ପ୍ରଶାସକ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ପୁରୀ ଗସ୍ତ କରିଥିଲେ । ସେମାନେ କୋଭିଡ୍ ହସ୍ପିଟାଲ୍, ରଥଖଳା, ରଥ କାରିଗରଙ୍କ ପାଇଁ ଉଦ୍ଧିଷ୍ଟ କ୍ୱାରେଣ୍ଟାଇନ୍ ସେଣ୍ଟର ପରିଦର୍ଶନ କରି ବ୍ୟବସ୍ଥାବଳୀ ଅନୁଧ୍ୟାନ କରିଥିଲେ । କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିରେ ୫-ଟି ସଚିବ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।
କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରଥଖଳାରେ ରଥ ନିର୍ମାଣ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ବ୍ୟାରିକେଡ୍ ମଧ୍ୟରେ ରଥ ତିଆରି କରୁଛନ୍ତି କାରିଗର । କାରିଗରମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ପରିପ୍ରେକ୍ଷୀରେ ରଥ କାରିଗରଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ହୋଇଥିବା ରହଣି ବ୍ୟବସ୍ଥାକୁ ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ମଧ୍ୟ ଏହି ଅନୁଧ୍ୟାନରେ ସାମିଲ ହୋଇଥିଲେ । ଏହି ଅଫିସରମାନେ ରଥଖଳାର ପହଞ୍ଚô କରୋନା ସଂକ୍ରମଣ ପ୍ରତିକାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଏହା ପରେ ବଡ଼ଦାଣ୍ଡ ଟାଉନଥାନା ସମ୍ମୁଖ ଭକ୍ତ ନିବାସ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲେ । ରଥ ନିର୍ମାଣରେ ନିୟୋଜିତ କାରିଗର ଏବଂ ରଥଖଳା ପରିଚାଳନା ଦାୟିତ୍ୱରେ ରହିଥିବା ବରିÂ ଅଧିକାରୀଙ୍କୁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ଏହି ବରିÂ ଅଧିକାରୀମାନେ ଗୋପବନ୍ଧୁ ଆୟୁର୍ବେଦ କଲେଜ୍ ଏବଂ ପୁରୀ ଆଇଡିଏଚ୍ ପରିଦର୍ଶନ କରି ସେଠାକାର ବ୍ୟବସ୍ଥା ବୁଝିଥିଲେ । କରୋନା ସଂକ୍ରମଣ ରୋକିବାକୁ ପୁରୀ ଜିଲ୍ଲା ପ୍ରଶାସନ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିଛି ଓ କୋଭିଡ୍ ହସ୍ପିଟାଲ ପରିଚାଳନା କରୁଛି ସେଥିରେ ୫-ଟି ସଚିବ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.