ରଥ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଷଷ୍ଠ ପର୍ୟ୍ୟାୟର କାଠ

Get real time updates directly on you device, subscribe now.

ପୁରୀ : ଆସନ୍ତା ୨୬ ତାରିଖରେ ପଡ଼ୁଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ। ସେଥିପାଇଁ ଆଜି ବଡ଼ଦାଣ୍ଡରେ ପହଞ୍ଚିଛି ଷଷ୍ଠ ପର୍ୟ୍ୟାୟର ରଥକାଠ। ‘କରୋନା’ର ଅନେକ କଟକଣା ଭିତରେ ନୟାଗଡ଼ ବନଖଣ୍ଡରୁ ଆଜି ୪୯ ଖଣ୍ଡ ଅସନ, ଧଉରା ଓ ସିମିଳି କାଠ ପହଞ୍ଚିବା ପରେ ତାକୁ ରଥଖଳାରେ ରଖାଯାଇଛି। ସେପଟେ କଟକ ଖପୁରିଆ କରତ କଳରେ କାଠ ଚିରଟ କରାଯାଉଛି। ତେବେ ‘କରୋନା’ ସ୍ଥିତିକୁ ଦେଖି ବୈଠକ ପରେ ରଥଯାତ୍ରା କିଭଳି ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ତତ୍ତ୍ୱବଧାରକ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons