ରବିବାର ଗଡିବନି ବସ୍, ବନ୍ଦ ରହିବ ଦୋକାନ ବଜାର

Get real time updates directly on you device, subscribe now.

ଭୁବନେଶ୍ୱର : ଆସନ୍ତା ୨୨ତାରିଖ(ରବିବାର) ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିବା ସହ ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରଖିବାକୁ ସଙ୍ଘ ନିଷ୍ପତ୍ତି ନେଇଛି । ରବିବାର ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଘରୋଇ ବସ୍ ମାଲିକ ସଙ୍ଘ ନିଷ୍ପତ୍ତି ନେଇଛି । ଗାଡି ମଟର ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ । ଓଡିଶା ବ୍ୟବସାୟୀ ମହାସଙ୍ଘ ଏନେଇ ସୂଚନା ଦେଇଛି । କହିରଖୁଛୁ ରବିବାର ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିବ । ଜନସାଧାରଣ ଏହାକୁ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons