ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋରନା ସଂକ୍ରମଣକୁ ରୋକିବା ତଥା ଯାତ୍ରୀ ସଂଖ୍ୟା କମିବାକୁ ଲକ୍ଷ୍ୟ କରି ସାରା ଦେଶରେ ଆଜି ୯୦ଟି ଟ୍ରେନ୍ ବାତିଲ କରାଯାଇଛି । ସାରା ଦେଶରେ ଟ୍ରେନ୍ ବାତିଲ ସଂଖ୍ୟା ୨୪୫ ଛୁଇଁଛି । ଅପରପକ୍ଷେ ପୂର୍ବତଟ ରେଳପଥ ଅଞ୍ଚଳରେ ଯାତାୟାତ କରୁଥିବା ୭ଟି ନୂଆ ଟ୍ରେନ୍ ଆଜି ବାତିଲ କରାଯାଇଛି । ପୁରୀ-ହାୱଡ଼ା ସାପ୍ତାହିକ ଏକ୍ସପ୍ରେସ୍ ଉଭୟ ଦିଗରୁ ବାତିଲ ହୋଇଥିବା ବେଳେ ପୁରୀ-ସାଲିମାର ସାପ୍ତାହିକ ଏକ୍ସପ୍ରେସକୁ ମଧ୍ୟ ଉଭୟ ଦିଗରୁ ବାତିଲ କରାଯାଇଛି । ପୁରୀ-ଦୀଘା ସାପ୍ତାହିକ ଏକ୍ସପ୍ରେସ୍, ପୁରୀ- ସାଇନଗର ଶିରିଡ଼ି-ଏକ୍ସପ୍ରେସ, ବିଶାଖାପାଟଣା-ଏଲ୍ଟିଟି ଏକ୍ସପ୍ରେସ୍କୁ ଉଭୟ ଦିଗରୁ ବାତିଲ କରାଯାଇଛି । ପୁରୀ ଏଲ୍ଟିଟି ଏକ୍ସପ୍ରେସ ପୁରୀରୁ ୨୪ ଓ ୩୧ ତାରିଖ ଏବଂ ଏଲ୍ଟିଟିରୁ ୨୬ ଓ ଏପ୍ରିଲ ୨ ତାରିଖରେ ବାତିଲ କରାଯାଇଛି । ସିଆଲଦା-ପୁରୀ ସାପ୍ତାହିକ ଏକ୍ସପ୍ରେସ୍କୁ ମଧ୍ୟ ଉଭୟ ଦିଗରୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
୨୨ ତାରିଖରେ ଯାତ୍ରା ଆରମ୍ଭ କରିବାକୁ ଥିବା ଷ୍ଟେସନ୍ରୁ ଛାଡ଼ିବନି କୌଣସି ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ପ୍ରସ୍ତାବିତ ଜନତା କର୍ଫୁ୍ୟ ପାଇଁ ଭୋର୍ ୪ରୁ ରାତି ୧୦ଟା ସୁଦ୍ଧା ଏହି ନିୟମ ଲାଗୁ ହେବ । ଯେଉଁ ଟ୍ରେନଗୁଡ଼ିକ ଯାତ୍ରା ଆରମ୍ଭ ଷ୍ଟେସନରୁ ୨୨ ତାରିଖ ଭୋର୍ ୪ଟା ପୂର୍ବରୁ ଛାଡ଼ିଥିବ, ସେଗୁଡ଼ିକ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା ଜାରି ରହିବ । କେତେ ସଂଖ୍ୟକ ଟ୍ରେନ୍ ବାତିଲ ହେବ, ସେ ବାବଦରେ ବିସ୍ତୃତ ସୂଚନା ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ଦିଆଯିବ । ଅପରପକ୍ଷେ ପୂର୍ବତଟ ରେଳପଥ କର୍ମଚାରୀମାନେ ବିଭିନ୍ନ ପ୍ରକାର ପ୍ରତିଷେଧକ ଗ୍ରହଣ କରି କାର୍ଯ୍ୟ କରୁଛନ୍ତି ବୋଲି ବରିÂ ଅଧିକାରୀ ସୂଚନା ଦେଇଛନ୍ତି ।
ଇଣ୍ଡିଆନ୍ ରେଳ କ୍ୟାଟେରିଂ ଆଣ୍ଡ ଟୁ୍ୟରିଜିମ୍ କର୍ପୋରେସନ୍ ଲିମିଟେଡ୍ (ଆଇଆର୍ସିଟିସି) ପକ୍ଷରୁ କୋରନା ସଂକ୍ରମଣ ରୋକିବାକୁ ଆସନ୍ତା ୨୨ ତାରିଖରୁ ସମସ୍ତ ଷ୍ଟେସନରେ ଥିବା ଫୁଡ୍ ପ୍ଲାଜା, ବିଶ୍ରାମାଗାର, ଜନ ଆହାର କେନ୍ଦ୍ର, ସେଲ୍ କିଚେନ୍ ବନ୍ଦ ରହିବ । ପରବର୍ତ୍ତୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ସବୁ ବନ୍ଦ ରହିବ । ଟ୍ରେନଗୁଡ଼ିକରେ ପ୍ରି-ପେଡ୍ ମିଲ୍ ବ୍ୟବସ୍ଥା ଚାଲୁ ରହିବ । ଦୁରନ୍ତ ଏକ୍ସପ୍ରେସ୍ରେ ବିଜୟୱାଡ଼ା ସେଲ୍ କିଚେନ୍ରୁ କେବଳ ସୋମବାର ଓ ଶୁକ୍ରବାର ମିଲ୍ ଦିଆଯିବ । ୨୨ ତାରିଖରୁ ଟ୍ରେନଗୁଡ଼ିକରେ ଅନ୍ ବୋଡର଼୍ କ୍ୟାଟେରିଂ ସେବା ବନ୍ଦ ରହିବ ବୋଲି ଆଇଆରସିଟିସିର ଗ୍ରୁପ୍ ଜେନେରାଲ୍ ମ୍ୟାନେଜର୍ ଡି. ନରସିଂହ ରାଓ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.