ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ଏକ ସପିଂ ମଲ୍ରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାରେ କୌଣସି କାରଣରୁ ମଲ୍ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ୩ଟି ଅଗ୍ନିଶମ ବାହିନୀ କର୍ମଚାରୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସକାଳ ୭ଟା ସୁଦ୍ଧା ନିଆଁ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ନ ଥିବା ଜଣାଯାଇଛି। ମୟୂରଭଞ୍ଜ ଜିଲ୍ଲା ଏସ୍ପି ସକାଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି।ଏହି ଅଗ୍ନିକାଣ୍ଡରେ ମଲରେ ଥିବା ବିଭିନ୍ନ ଦୋକାନ ପୋଡ଼ି ପ୍ରଭୂତ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।


Comments are closed, but trackbacks and pingbacks are open.