ରାଉରକେଲା: ରାଉରକେଲାରେ ଫୁଟିଲା ଗୁଳି। ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡରୁ ଗୁଳିକାଣ୍ଡ। ଜଣେ ବ୍ୟକ୍ତିଙ୍କ ବାମ ହାତରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ରୋହିତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲ ଗୋଦାମ ସରଦାର ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। କେଉଁ କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେଲା, ସେ ସଂପର୍କରେ ପୋଲିସ୍ ଖୋଳତାଡ଼ ଆରମ୍ଭ କରୁଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
Comments are closed, but trackbacks and pingbacks are open.