ରାଉରକେଲା(ବି.ବି.ନୁ୍ୟଜ୍): ରାଉରକେଲା ଇସ୍ପାତ କାରଖାନା ସିପିପି-୧ ରେ ଗ୍ୟାସ୍ ଲିକ୍ ହୋଇ ଜଣେ ଇଞ୍ଜିନିୟରଙ୍କ ସମେତ ୩ ଜଣ କର୍ମଚାରୀ ଅସୁସ୍ଥ ହୋଇ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ସକାଳେ ଏହି ଗ୍ୟାସ୍ ଲିକ୍ ଘଟଣା ଘଟିଥିଲା । ଆଇଜିଏଚ୍ରେ ଭର୍ତ୍ତି ଦୁଇ ଜଣଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ କାଜୁଆଲିଟିରେ ରଖି ଚିକିତ୍ସା ପରେ ଛାଡି ଦିଆଯାଇଛି । ଏହି ଦୁର୍ଘଟଣା କିପରି ଘଟିଲା ତାହା ଜଣଶପଡିନାହିଁ । ୩ ଜଣିଆ ଡାକ୍ତରୀ ଦଳ ଅସୁସ୍ଥ ଦୁଇ ଜଣଙ୍କ ଚିକିତ୍ସା କରୁଛନ୍ତି । ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଥିବା ଆରଏସ୍ପି ପକ୍ଷରୁ ସୂଚନା ମିଳିଛି ।
Comments are closed, but trackbacks and pingbacks are open.