ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚାଷୀ ପ୍ରସଙ୍ଗ ନେଇ କଂଗ୍ରେସର ଜୋରଦାର ବିକ୍ଷୋଭ । କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ରାଜଧାନୀରୁ କଟକ ପର୍ଯ୍ୟନ୍ତ ଗର୍ଜିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ଭବନରୁ ବାହାରିଥିବା ଟ୍ରାକ୍ଟର ଶୋଭାଯାତ୍ରା ଜାତୀୟ ରାଜପଥ ଦେଇ କଟକ ଯାଇଥିଲା । ଏହି ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଦୀର୍ଘଦିନ ପରେ କଂଗ୍ରେସ ଦଳ ଶକ୍ତିି ପ୍ରଦର୍ଶନ କରିଛି ।
ପିସିସି ସଭାପତି ନିରଞ୍ଜନ ପ;ନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ଭବନରୁ ବାହାରିଥିଲା କ୍ଷେତ ବଞ୍ଚାଅ ଶୋଭାଯାତ୍ରା । ଟ୍ରାକ୍ଟରରେ ବସି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ରାଜ୍ୟ ପ୍ରଭାରୀ ସାଂସଦ ଡ.ଏ.ଚେଲ୍ଲାକୁମାର ଓ ଦଳର ବରିÂ ନେତାଗଣ । କେନ୍ଦ୍ରର କୃଷି ଆଇନ ବିରୋଧରେ ଗର୍ଜିଥିଲେ କଂଗ୍ରେସ ନେତା ଓ କର୍ମକର୍ତ୍ତା । ଉଭୟ ମୋଦି ସରକାର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଟ୍ରାକ୍ଟରର ଲମ୍ବା ଧାଡ଼ି ଲାଗିଥିଲା । ଏହାସହ ଶତାଧିକ ବାଇକ୍ରେ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ଶୋଭାଯାତ୍ରାରେ ।
ଏହି ଅବସରରେ ପ୍ରଭାରୀ ଚେଲ୍ଲାକୁମାର କହିଲେ, କୃଷକ ଓ କୃଷିର ଉନ୍ନତି ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ଦେଶବ୍ୟାପୀ ଏହି କଳା ଆଇନ ବିରୋଧରେ ଆନେ୍ଦାଳନ ଜାରି ରହିବ । କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର ନ କରିବା ଯାଏଁ କଂଗ୍ରେସ ଆନେ୍ଦାଳନ ଚଳାଇବ । ପିସିସି ସଭାପତି ନିରଞ୍ଜନ ପ;ନାୟକ କହିଲେ, ଚାଷୀ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ । ଛତିଶଗଡ଼ ସରକାର ଯେପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ ଟଙ୍କା କରିଛନ୍ତି, ଓଡ଼ିଶା ସରକାର ତାହା କରିବା ଦରକାର । ଚାଷୀ ସହ ଅନ୍ୟାୟ ହେଲେ କଂଗ୍ରେସ ଚୁପ୍ ହୋଇ ବସିବ ନାହିଁ । ଏ ଆନେ୍ଦାଳନ ଜାରି ରହିବ ।
ଏହି ରାଲି କଟକ ପ୍ରତାପନଗର ଦେଇ ଆଗକୁ ବଢ଼ିଥିଲା । ନବନିଯୁକ୍ତ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀ ଏହି ରାଲିକୁ ଆଗକୁ ନେଇଥିଲେ । କଟକ ସହର ଭିତରକୁ ରାଲିକୁ ପ୍ରବେଶ କରାଇବାକୁ ଦେଇନଥିଲା ପୁଲିସ ।
ଶୋଭାଯାତ୍ରାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲାକା, ବରିÂ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ସେଠୀ, ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.