ରାଜଧାନୀରେ ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ ଅଭିଯାନ ଜୋରଦାର

Get real time updates directly on you device, subscribe now.

ଭୁବନେଶ୍ୱର : ରାଜଧାନୀରେ ଜବରଦଖଲକାରୀ ସାବଧାନ। ବେଆଇନ୍ ନିର୍ମାଣ ଉପରେ ବୁଲୁଛି ବୁଲଡୋଜର। ଭୁବନେଶ୍ବରରେ ଚାଲିଛି ଜବରଦଖଲ ଉଚ୍ଛେଦ। ଆଜି ଗାଡ଼କଣ ମୌଜାର ଅରବିନ୍ଦ ନଗର ଏବଂ ତାରିଣୀ ବସ୍ତି ୱାର୍ଡ ନମ୍ବର ୯ରେ ଉଚ୍ଛେଦ କାର୍ୟ୍ୟ କରାଯାଉଛି।
ସେହିପରି କେଶରୀ ନଗର ଅଞ୍ଚଳରେ ନିର୍ମାଣ ସୌଧ ସାମ୍ନାରେ ୧୮ଟି ବସ୍ତି ଘରକୁ ଉଚ୍ଛେଦ କରାଯାଉଛି। ଗତକାଲି ପାତ୍ରପଡା ଫୁଲେଶ୍ବର ବସ୍ତିରେ ବେଆଇନ୍ ନିର୍ମାଣକୁ ଭାଙ୍ଗିଛି ବିଏମସି ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ। ବସ୍ତିରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ୨ଟି ଘରକୁ ଭଙ୍ଗାଯାଇଛି। ଗୋଟିଏ ଘରେ କ୍ଲିନିକ୍ ଚାଲିଥିବା ବେଳେ ଅନ୍ୟ ଏକ ପ୍ଲଟରେ ୬ ବଖରା ଘର ତିଆରି ହୋଇଥିଲା । ତେବେ ଉଚ୍ଛେଦ ବେଳେ ବିରୋଧର ସମ୍ମୁଖୀନ ହୋଇଥିଲା ବିଏମସି । ମହିଳାମାନେ ଉଚ୍ଛେଦକୁ ବିରୋଧ କରିଥିଲେ ।
ସେହିପରି ପାତ୍ରପଡା ଆନ୍ଧ୍ରବ୍ୟାଙ୍କ ନିକଟରେ ତିଆରି ହୋଇଥିବା ୨ଟି ଘରକୁ ମଧ୍ୟ ମାଟିରେ ମିଶାଇ ଦେଇଛି ଏନଫୋର୍ସମେଣ୍ଟ ସ୍କ୍ବାଡ । ପାତ୍ରପଡା ଉଦୟଗିରି ବିହାରରେ ମଧ୍ୟ ବେଆଇନ୍ ନିର୍ମାଣ ଉପରେ ବୁଲିଛି ବୁଲଡୋଜର। ଗତ ଦୁଇ ସପ୍ତାହ ହେଲା ବିଏମସି ବିଡିଏ ପକ୍ଷରୁ ଜାରି ରହିଛି ଉଚ୍ଛେଦ। ଏ ଭିତରେ ୨୦ ଏକର ଜମିରୁ ଜବରଦଖଲ ହଟାଯାଇଛି। ବିଶେଷ କରି ଶ୍ମଶାନ ଜମିରୁ ଜବରଦଖଲ ହଟାଯାଇଛି ।
ସୋମବାର ଡମଣା ଶ୍ମଶାନ ଜମିରେ ଥିବା ଅଭିରାମ ମଠ ସହ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଘରକୁ ମଧ୍ୟ ଭଙ୍ଗାଯାଇଛି। ବ୍ଲୁଇସ୍ ୱେବସାଇଟରୁ ତଥ୍ୟ ନେଇ ଜବରଦଖଲକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେଉଛି ବିଏମସି। ଇନଫୋସିଟି ଥାନା ଅଧିନରେ ବହୁ ବ୍ୟକ୍ତି ଏବଂ ଅନୁଷ୍ଠାନ ସରକାରଙ୍କ ଜମି ମାଡି ବସିଛନ୍ତି । ଖୁବଶୀଘ୍ର ସେଠାରେ ଜବରଦଖଲ ହଟାଯିବ । ସେ ନେଇ ଚିଠା ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons