ରାଜଧାନୀ ଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜଧାନୀ ଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ପ୍ରବାସୀ ଓଡ଼ିଆ ଅନୁÂାନ ତଥା ୱେବ ଓଡ଼ିଆ ସମ୍ବାଦପତ୍ର ଓଡ଼ିଆ ପୁଅ ଏବଂ ସ୍ୱେଚ୍ଛାସେବୀ ସଂଗଠନ ବାଲଜାଗୃତି ପକ୍ଷରୁ ବୋଇତ ବନ୍ଦାଣ ସମାରୋହ ଇଣ୍ଡିଆ ଗେଟ୍ଠାରେ ଅନୁÂିତ ହୋଇଥିଲା । ଓଡ଼ିଆ ପୁଅ କାର୍ଯ୍ୟକ୍ରମରେ ଏହି ସଂସ୍ଥାର ସମ୍ପାଦକ ଶ୍ୟାମସୁନ୍ଦର ସାହୁଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ସେହିପରି ବାଲଜାଗୃତିର ସଭାପତି ଗୋବର୍ଦ୍ଧନ ଧଳ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଓଡ଼ିଶୀ ନୃତ୍ୟ ସମେତ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପାରମ୍ପରିକ ରୀତିରେ ସାଧବ ପୁଅ ଓ ବୋହୂ ବେଶରେ ଓଡ଼ିଆ ପୁଅ ଓ ଝିଅମାନେ ବୋଇତ ବନ୍ଦାଣ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥିମାନେ ବୋଇତ ବନ୍ଦାଣ ଉତ୍ସବର ଉଦେ୍ଧଶ୍ୟ ଉଲ୍ଲେଖ କରିଥିଲେ ।
ଏହାଛଡ଼ା ହଉସ୍ଖାଜ ଜଗନ୍ନାଥ ମନ୍ଦିର ଓ ତ୍ୟାଗରାଜ ଜଗନ୍ନାଥ ମନ୍ଦିରଠାରେ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ମହାଆଡ଼ମ୍ବରରେ ପାଳନ କରାଯାଇଥିଲା । ବଡି ଭୋର୍ରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଜଗନ୍ନାଥ ମନ୍ଦିରକୁ ଆସି ସେଠାରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ଏକ ଜଳକୁଣ୍ଡରେ ବୋଇତ ବନ୍ଦାଣ କରିଥିଲେ । ସ୍ୱତନ୍ତ୍ର ଭାବେ ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ଆରତି ମଧ୍ୟ ଆୟୋଜନ କରାଯାଇଥିଲା ।
ହଉସ୍ଖାସ ଜଗନ୍ନାଥ ମନ୍ଦିରର ସାଧାରଣ ସମ୍ପାଦକ ରବି ପ୍ରଧାନ ଓ ଅନ୍ୟାନ୍ୟ ପଦାଧିକାରୀମାନେ କାର୍ତ୍ତିକ ପୂର୍ଣ୍ଣମୀ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଥିଲେ । ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ମଧ୍ୟ ମନ୍ଦିରର ସାଧାରଣ ସମ୍ପାଦକ କାମଦେବ ବିଶ୍ୱାଳ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଏହି ଅବସରରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons