କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ରାଜନଗର ବ୍ଲକରେ ଆଜି ପୁଣି ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଆଳିରେ ୨ ଜଣ, ରାଜନଗରରେ ଜଣେ, ପଟ୍ଟାମୁଣ୍ଡାଇରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚôଛି ।
ଦିଲ୍ଲୀର ନିଜାମୁଦ୍ଧିନ୍ ଫେରନ୍ତା ଓ କୋଲକାତା ଫେରନ୍ତାଙ୍କ ପରେ ଏବେ ପ୍ରଶାସନର ଚିନ୍ତା ବଢ଼ାଇଛନ୍ତି ସୁରଟ୍ ଫେରନ୍ତା । ସମସ୍ତଙ୍କୁ ଟପିଯାଇଛି ସୁରଟ୍ ଫେରନ୍ତାଙ୍କ ସଂକ୍ରମଣର ବିସ୍ତାରିତ ଚେର । ପୂର୍ବରୁ ପ;ାମୁଣ୍ଡାଇରେ ଚିହ୍ନଟ ସବୁ ଆକ୍ରାନ୍ତ ସୁରଟ୍ ଫେରନ୍ତା ହୋଇଥିବା ବେଳେ ଆଜି ରାଜନଗର ଅଞ୍ଚଳରେ ଚିହ୍ନଟ ଆକ୍ରାନ୍ତ ମଧ୍ୟ ସୁରଟ୍ ଫେରନ୍ତା ବୋଲି ଜଣାପଡିଛି । ରାଜନଗରର ଉକ୍ତ ଆକ୍ରାନ୍ତ ବ୍ୟକ୍ତି ଗତ ୪ ତାରିଖରେ ଅନ୍ୟମାନଙ୍କ ସହିତ ବସ୍ ଯୋଗେ ସୁରଟ୍ରୁ ଆସି ଅଞ୍ଚଳରେ ପହଞ୍ଚôଥିଲେ । ରାଜନଗରର ଏକ ସଙ୍ଗରୋଧ କେନ୍ଦ୍ରରେ ମୋଟ ୨୭ ଜଣ ପ୍ରବାସୀ ରହିଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା, ୨ ଶିଶୁ ଓ ୨୩ ଜଣ ପୁରୁଷ ଥିଲେ । ଏହି ପ୍ରବାସୀଙ୍କ ମଧ୍ୟରୁ ୧୯ ଜଣ ସୁରଟ୍ ଫେରନ୍ତା ଏବଂ ଅନ୍ୟ ୮ ଜଣ କେରଳ ଫେରନ୍ତା । ସମସ୍ତେ ବ୍ରହ୍ମପୁର ଲୋକଙ୍କ ସହ ମୟୂରଭଞ୍ଜ ଦେଇ ବସ୍ ଯୋଗେ ଆସିଥିଲେ । ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କ ମଧ୍ୟରୁ ୨୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା । ଗତକାଲି ୧୯ ଜଣଙ୍କ ରିପୋର୍ଟ ମିଳିଥିଲା । ସେଥିରୁ ଗୋଟିଏ ପଜିଟିଭ୍ ଆସିଥିବା ବେଳେ ବାକି ୧୮ ଜଣଙ୍କର ରିପୋର୍ଟ ନେଗେଟିଭ । ଏହା ବାଦ୍ ନମୁନା ସଂଗ୍ରହ ହୋଇପାରିନଥିବା ଅବଶିଷ୍ଟ ୬ ଜଣଙ୍କର ସ୍ୱାବ ଆଜି ସଂଗ୍ରହ କରାଯାଇଛି । ସେମାନଙ୍କ ସହ ଆଜି ମୋଟ୍ ୧୬୫ ଜଣଙ୍କର ନମୁନା ପରୀକ୍ଷା ହେବାକୁ ଯିବ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ । ରାଜନଗରର ସୁରଟ୍ ଫେରନ୍ତା ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଗତକାଲି ରାତାରାତି ଜିଲ୍ଲା ପ୍ରଶାସନ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ।
ଉକ୍ତ ବ୍ୟକ୍ତି ଗତ ୪ ତାରିଖରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ହେଁ ସେ କୌଣସି ବାହାର ଲୋକଙ୍କ ସଂସ୍ପର୍ଶରେ ଆସିନାହାନ୍ତି, କେବଳ ସେଠାକାର ଅନ୍ତେବାସୀଙ୍କ ସହ ମିଳାମିଶା କରିଛନ୍ତି ବୋଲି କୁହାଯାଉଛି । ଏଣୁ ଏହି ସଂକ୍ରମଣ ପାଇଁ ଜିଲ୍ଲାବାସୀ ଚିନ୍ତା ନକରିବାକୁ ବା ଆତଙ୍କିତ ନହେବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜନଗରର ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୯ରେ ପହଞ୍ଚôଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ତୃତୀୟ ଆକ୍ରାନ୍ତ ଆଳି ବ୍ଲକ୍ର ହୋଇଥିବା ବେଳେ ସେ କୋଲକାତାରେ ରହୁଥିଲେ ଓ ସେଠାରୁ ସିଧାସଳଖ ଭୁବନେଶ୍ୱରକୁ ଚାଲିଆସିଥିଲେ । ସେ ଏବେ ଭୁବନେଶ୍ୱରଠାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ରାଜନଗରରେ ଏହି ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ଘଟଣା ପରେ ପ୍ରଶାସନ ସଜାଗ ହୋଇପଡ଼ିଛି । ଅଞ୍ଚଳରେ ବିଶୋଧନ କାର୍ଯ୍ୟ ଜୋର୍ଦାର କରାଯାଇଛି । ଆକ୍ରାନ୍ତ ଯେଉଁ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ଉକ୍ତ କୋଠାଘରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଉଛି । ଏଥିସହ ସେଠାରୁ ମୋଟ୍ ୬ ଜଣଙ୍କ ସହିତ ଯେଉଁମାନେ ଉକ୍ତ ବସ୍ରେ ଆସିଥିଲେ ସମସ୍ତ ୫୮ ଜଣଙ୍କର ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଛି । ଗାଁକୁ ବିଶୋଧନ କରାଯିବା ସହ ଡାକ୍ତରୀ ଦଳ ଘରକୁ ଘର ବୁଲି ସ୍କ୍ରିନିଂ କରିବା ଆରମ୍ଭ କରିଛନ୍ତି । ଡାକ୍ତରୀ ଟିମ୍ ପ୍ରତି ପରିବାରର ସମସ୍ତ ସଦସ୍ୟଙ୍କର ସ୍ୱାସ୍ଥ୍ୟାବସ୍ଥା ସର୍ଭେ କରୁଛନ୍ତି । ପ୍ରଶାସନ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.