ରାଜପଥ, ରେଳଧାରଣା ପାର୍ ହେଲେ ୧୮ ହାତୀ:ବନ କର୍ମଚାରୀ, ଲୋକେ ଛାନିଆ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ସଦର ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ହାତୀ ଗତିବିଧି ବନବିଭାଗର ନିଦ ହଜାଇ ଦେଇଛି । ବାରମ୍ବାର ହାତୀପଲ ରେଳଧାରଣା ଓ ରାଜପଥ ଅତିକ୍ରମ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଘନୀଭୂତ ହେବାରେ ଲାଗିଛି । ପୂର୍ବରୁ ରେଳଧାରଣାରେ ହାତୀପଲ ପାର୍ ହେଉଥିବା ବେଳେ ୪ ହାତୀ ଅକାଳ ମୃତୁ୍ୟମୁଖରେ ପଡ଼ିଥିଲେ । ସେହି ଭୟ ଏବେ ବି ବନ କର୍ମଚାରୀଙ୍କୁ ଘାରିଥିବା ବେଳେ ହାତୀପଲ ରାଜପଥ ଓ ରେଳଧାରଣାକୁ ଚାଲି ଆସୁଥିବାରୁ ସେମାନଙ୍କୁ ଘଉଡ଼ାଇବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ଶୁକ୍ରବାର ସକାଳେ ଢେଙ୍କାନାଳ ବନଖଣ୍ଡ ଗଦାଶିଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରସାସିଂହ ନିକଟରେ ୧୮ ହାତୀ ୫୫ ନମ୍ବର ଜାତୀୟ ରାଜପଥ ପାର୍ ହୋଇଥିଲେ । ପରେ ଏହି ହାତୀପଲ ସଦାଶିବପୁର ରେଳଧାରଣା ପାର ହୋଇ ମଠରଗଡି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିବାର ଜଣାପଡ଼ିଛି । ଗୁରୁବାର ରାତିରେ ଏହି ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ରସାସିଂହ ଅଞ୍ଚଳକୁ ପ୍ରବେଶ କରିଥିଲେ । ହାତୀପଲ ଶୁକ୍ରବାର ସକାଳ ୬ଟାରେ ସଦାଶିବପୁର ରେଳଧାରଣା ପାର୍ ହେବା ପରେ ରେଙ୍ଗାଳି ବାମ କେନାଲ ଡେଇଁ ର୍ୟାମ୍ପ୍ ଦେଇ ମଠରଗଡି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିବା ଜଣାଯାଇଛି ।
ହାତୀପଲରେ ୧୨ ମାଈ, ୫ ଛୁଆ ଏବଂ ଗୋଟିଏ ଦନ୍ତାହାତୀ ଥିବା ଜଣାପଡ଼ିଛି । ଗଦାଶିଳା ଫରେଷ୍ଟ ସେrନର କର୍ମଚାରୀମାନେ ଉପସ୍ଥିତ ରହି ହାତୀପଲକୁ ରେଳଧାରଣା ପାର୍ କରାଇଥିଲେ । ଏହାସହିତ ହାତୀମାନଙ୍କର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି । ଅନ୍ୟପକ୍ଷରେ ହାତୀପଲର ବାରମ୍ବାର ଉପସ୍ଥିତି ଯୋଗୁଁ ଆଖପାଖ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons