ଜୟପୁର: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ କଂଗ୍ରେସ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବ । ରାଜସ୍ଥାନରୁ ରାଜ୍ୟସଭା ପାଇଁ ଗୋଟିଏ ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ଦଳ ତାଙ୍କୁ ଉକ୍ତ ଆସନରୁ ପ୍ରାର୍ଥୀ କରାଇବ । ଚଳିତମାସ ୧୩ ତାରିଖରେ ମନମୋହନ ପ୍ରାର୍ଥୀ ପତ୍ର ଦାଖଲ କରିବେ । ଅଗଷ୍ଟ ୨୬ ତାରିଖରେ ଏଥିପାଇଁ ଉପନିର୍ବାଚନ ହେବ । ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ବିଜେପି ଅଧ୍ୟକ୍ଷ ମଦନ ଲାଲ ସୈନିଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡ଼ିଥିଲା । ବର୍ତ୍ତମାନ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ସଂଖ୍ୟା ଗରିଷ୍ଠତା ଥିବାରୁ ମନମୋହନ ଏଠାରୁ ରାଜ୍ୟସଭାକୁ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ସୂଚନା ଥାଉ କି, ଗତ ଜୁନ୍ ୧୪ ତାରିଖରେ ମନମୋହନଙ୍କର ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟକାଳ ଶେଷ ହୋଇଥିଲା । ସେତେବେଳେ ସେ ଆସାମରୁ ରାଜ୍ୟସଭାରୁ ମନୋନିତ ହୋଇଥିଲେ । କିନ୍ତୁ, ଏବେ ଆସାମରେ କଂଗ୍ରେସର ସଂଖ୍ୟା ଗରିଷ୍ଠତା ନଥିବାରୁ ମନମୋହନଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ କରାଯିବ ।
Comments are closed, but trackbacks and pingbacks are open.