ଭୁବନେଶ୍ୱର: ଦାଦାବଟି ଜୁଲମ ଅଭିଯୋଗରେ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍। ରାଜାଙ୍କୁ କମିଶନରେଟ ପୋଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ୍ ଉଠାଇ ନେଇଥିବା ବେଳେ ଗିରଫ ପରେ କ୍ୟାପିଟାଲ ଥାନାରେ ତାଙ୍କୁ ଜେରା ଚାଲିଥିବା ଜଣାଯାଇଛି।
ରାଜାଙ୍କ ସଂପର୍କରେ ସୂଚନା ଦେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସରକାରୀ ଜମିରେ ଘର ତିଆରି ନେଇ ଦାଦାବଟି ନେଉଥିଲା ରାଜା। ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲେ।ଦାଦାବଟି ଆଦାୟ କରୁଥିବା ଅଭିଯୋଗ ଆସିଲେ କାହାରିକୁ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି କମିଶନର।
Comments are closed, but trackbacks and pingbacks are open.