ବଲାଙ୍ଗୀର,(ବି.ବି.ନୁ୍ୟଜ୍): ବିଶ୍ୱବିଦ୍ୟାଳୟ ସହିତ ବିଶ୍ୱବ୍ରହ୍ମାଣ୍ଡର ସଂଯୋଗ ରହିଛି । ସାଧାରଣ ଚକ୍ଷୁରେ କେବଳ ଶିକ୍ଷାନୁÂାନଟିଏ ଭଳି ଦେଖାଯାଉଥିଲେ ହେଁ ବିଶ୍ୱବିଦ୍ୟାଳୟର କାମଟି ହେଲା ବିଶ୍ୱ ମାନବ ତିଆରି କରିବା । ସେହି ବିଶ୍ୱମାନବ ଚେତନାର ଊଦ୍ଧ୍ୱର୍ସ୍ତରକୁ ଯାଇ ବିଶ୍ୱ କଲ୍ୟାଣର ଚିନ୍ତା କରିଥାଏ, ଯାହାକି ଭାରତୀୟ ସଂସ୍କୃତିର ମୂଳ ଆଧାର । ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟ(ବିଶ୍ୱବିଦ୍ୟାଳୟ)ର ପ୍ଲାଟନମ୍ ଜୁବିଲି ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ନିଜ ବକ୍ତବ୍ୟରେ ରାଜ୍ୟପାଳ କହିଥିଲେ, ପରମାଣୁ ବୋମା ଉଦ୍ଭାବନର ଜନକ ରୋବର୍ଟ ଓପେନ୍ହେମର ଏକଦା କହିଲେ ‘ମୁଁ ବିଶ୍ୱକୁ ଧ୍ୱଂସ କରିବାର କ୍ଷମତା ରଖୁଛି’ । କିନ୍ତୁ ଭାରତର ପ୍ରଖ୍ୟାତ ବୈଜ୍ଞାନିକ ତଥା ଭୂତପୂର୍ବ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ୍ଙ୍କୁ ଏନେଇ ଯେତେବେଳେ ପଚରାଗଲା ସେ କହିଲେ, ଏ ପୃଥିବୀରେ ଯାହା ଅଛି ସବୁତକ ଈଶ୍ୱରଙ୍କ ଶକ୍ତିରୁ ଉପôନ୍ନ । ଈଶ୍ୱରଙ୍କ ଶକ୍ତି ବିନାଶ କରିବା ପାଇଁ ନୁହେଁ । ତାହା ସମଗ୍ର ବିଶ୍ୱର କଲ୍ୟାଣ ପାଇଁ, ସମସ୍ତଙ୍କୁ ଏକୀକୃତ କରିବା ପାଇଁ ଉଦ୍ଧିଷ୍ଟ । ମଣିଷ, ପ୍ରକୃତି ଓ ଈଶ୍ୱର ଏକ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବାବେଗର ଉଦ୍ଧାରକରି ଛାତ୍ରଛାତ୍ରୀଙ୍କ ଉଦେ୍ଧଶ୍ୟରେ ସେ କହିଥିଲେ, ସମସ୍ତଙ୍କୁ ଭଲ ପାଅ, ସମସ୍ତଙ୍କୁ ସ୍ୱୀକାରକର ଠିକ୍ ଫୁଲଟିଏପରି । ଫୁଲ ଯେମିତି କୌଣସି ଜାତି, ଧର୍ମ, ବର୍ଣ୍ଣ ଜାଣେ ନାହିଁ । ଫୁଲ ଜାଣେ ନାହିଁ ଚାଲାକ ଓ ଚତୁର ଭିତରେ କ’ଣ ପ୍ରଭେଦ । ଫୁଲଟିଏ କୌଣସି ରାଜନନୈତିକ ହଚ୍ପଚ୍ ବୁଝେନାହିଁ । ଦୁର୍ନୀତି ଜାଣେ ନାହିଁ, ଷଡ଼ଯନ୍ତ୍ରର ଭାଷା ଜାଣେ ନାହିଁ । ଫୁଲ କେବଳ ସୁଗନ୍ଧ ଦିଏ । ଠିକ୍ ସେମିତି, ପୃଥିବୀ, ଆକାଶ, ଜଳ, ବାୟୁ ଓ ଅଗ୍ନି ଆଦି ପଞ୍ଚତତ୍ତ୍ୱ ଯେମିତିି ଆସ୍ତିକ ଓ ନାସ୍ତିକ ଭିତରେ ପ୍ରଭେଦ ରଖେ ନାହିଁ । ଆମେରିକୀୟ ଓ ଭାରତୀୟ ଭିତରେ ପ୍ରଭେଦ ରଖେ ନାହିଁ । ତୁମେ ମଧ୍ୟ ସମସ୍ତଙ୍କୁ ସେଭଳି ସ୍ୱୀକାର କର । ସମସ୍ତଙ୍କୁ ଗ୍ରହଣକର । ତୁମର ଅସ୍ତିତ୍ୱ ସୁନ୍ଦର ଏଇ ପୃଥିବୀକୁ ନେଇ, ତୁମ ଆଖପାଖରେ ଥିବା ପରିବେଶକୁ ନେଇ, ପ୍ରକୃତିକୁ ନେଇ, ଆପଣାର ସମ୍ପର୍କକୁ ନେଇ, ଆବେଗକୁ ନେଇ । ତୁମେ ବଞ୍ଚୁଥିବା ଏହି ମୁହୂର୍ତ୍ତ, ଏହି କ୍ଷଣ, ତୁମର ଚେତନା ସବୁତକ ସେହି ପରମକାରୁଣିକ ଜଗନ୍ନାଥଙ୍କ ପ୍ରଦତ୍ତ । ତେଣୁ ପ୍ରଭୁ ଜଗନ୍ନାଥଙ୍କ ସୃଷ୍ଟିର ସର୍ବାକ୍ରୃଷ୍ଟ, ସୁନ୍ଦର ଓ ସୁଗନ୍ଧପୂର୍ଣ୍ଣ ଫୁଲଟିଏ ହେବା ପାଇଁ ପ୍ରଚେଷ୍ଟା ଜାରି ରହୁ ।
ସମାରୋହରେ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ବଲାଙ୍ଗୀର ସାରସ୍ୱତ କ୍ଷେତ୍ରରେ ସମୃଦ୍ଧ । ଏଠିକାର ଶିକ୍ଷା, ଦୀକ୍ଷା ଓ ଚେତନା ଅନ୍ୟମାନଙ୍କ ପାଇଁ ଉଦାହରଣ । ଯେତେବେଳେ ଏ ଦେଶ ସ୍ୱାଧୀନତାର ସଂଗ୍ରାମ କରୁଥିଲା ସେତେବେଳେ ବଲାଙ୍ଗୀରର ଶାସକମାନେ ଏଠାରେ ଶିକ୍ଷାର ବିକାଶ କଥା ଚିନ୍ତା କରୁଥିଲେ । ଯାହାର ଫଳସ୍ୱରୂପ ସ୍ୱାଧୀନତାର ପୂର୍ବରୁ ୧୯୪୪ ମସିହାରେ ରାଜେନ୍ଦ୍ର କଲେଜର ପ୍ରତିÂା ହୋଇଥିଲା । ପୁଣି, ଆଜକୁ ୫୦ ବର୍ଷତଳେ, ଯେତେବେଳେ ଏ ଦେଶ ବିକାଶର ବାଟ ଖୋଜୁଥିଲା, ସେତେବେଳେ ରାଜେନ୍ଦ୍ର କଲେଜ ବିଶ୍ୱ ସ୍ତରର ଚିନ୍ତାନାୟକମାନଙ୍କ ଲେଖାଗୁଡ଼ିକ ୧୯୬୯ ମସିହାରେ ତାହାର ରଜତଜୟନ୍ତୀ ସ୍ମରଣିକାରେ ସ୍ଥାନ ଦେଇଥିଲା । ଏତେ ବୌଦ୍ଧିକ ଚେତନା ସତ୍ତେ୍ୱ ବଲାଙ୍ଗୀର ଆଜି ପଛୁଆ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ବଲାଙ୍ଗୀର ସ୍ୱତନ୍ତ୍ର ସ୍ଥାନ ରହିଛି ଏବଂ ଦେଶର ସମୁଦାୟ ୧୧୫ଟି ଉଚ୍ଚାକାଂକ୍ଷୀ ଜିଲ୍ଲାରେ ବଲାଙ୍ଗୀରକୁ ସାମିଲ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଆଗାମୀ ଦିନରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପୁଣି ଅନେକ ମୁଣ୍ଡିଆଳ ପ୍ରସ୍ତୁତ କରିବେ । ସେମାନେ ବଲାଙ୍ଗୀରକୁ ଦିଗ୍ଦର୍ଶନ ଦେବେ । ବଲାଙ୍ଗୀର ଓଡ଼ିଶାର ବିକାଶରେ ସହାୟକ ହେବ ଏବଂ ଓଡ଼ିଶା ଭାରତବର୍ଷର ପ୍ରଗତିରେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ସେ ଆଶା ପ୍ରକଟ କରିଥିଲେ ।
କଲେଜର ପୁରାତନ ଛାତ୍ର ସଂସଦ ସଭାପତି ଲଳିତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ସମାରୋହରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଯୋଗଦେଇ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବିଲି ଅବସରରେ ଏହି ଶିକ୍ଷାନୁÂାନ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ଏକ ଉପହାର ବୋଲି କହିଥିଲେ । ଏ ପର୍ଯ୍ୟନ୍ତ ରାଜ୍ୟର ଯେକୌଣସି ସ୍ଥାନରେ ସେ ଦେଖିଥିବା କୌଣସି ରଜତ ଜୟନ୍ତୀ, ସୁବର୍ଣ୍ଣ ଜୟନ୍ତୀ, ହୀରକଜୟନ୍ତୀ ବା ଶତବାର୍ଷିକୀଠାରୁ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବିଲି ଆୟୋଜନରେ ବଲାଙ୍ଗୀରବାସୀ ଓ ବିଶେଷକରି ପୁରାତନ ଛାତ୍ରଛାତ୍ରୀଙ୍କ ସାମର୍ଥ୍ୟ ଦେଖି ଅଭିଭୂତ ହୋଇଥିବା ପ୍ରକାଶ କରିଥିଲେ । ସେହିଭଳି ଅନ୍ୟତମ ଅତିଥି, ବଲାଙ୍ଗୀର ସାଂସଦ ସଂଗୀତା କୁମାର ସିଂଦେଓ ନିଜ ବକ୍ତବ୍ୟରେ, ବଲାଙ୍ଗୀର ପ୍ରତି କେନ୍ଦ୍ର ସରକାର ଓ ବିଶେଷକରି କେନ୍ଦ୍ରମନ୍ତ୍ରୀ ଧାର୍ମେନ୍ଦ୍ର ପ୍ରଧାନଙ୍କ ଅକୁଣ୍ଠ ସହଯୋଗର ପ୍ରସଂଶା କରିବା ସହ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିଥିଗଣ ପ୍ଲାଟିନମ୍ ଜୁବିଲି ସ୍ମରଣିକା ‘ରାଜେନ୍ଦ୍ରାୟନ’କୁ ଉନ୍ମୋଚନ କରିଥିଲେ । ଶେଷରେ ପୁରାତନ ଛାତ୍ର ସଂସଦ ସମ୍ପାଦକ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed, but trackbacks and pingbacks are open.