
ବଲାଙ୍ଗିର(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଅନଲାଇନରେ ପରୀକ୍ଷା ଦାବି କରି ଛାତ୍ର ଆଶାନ୍ତି ପୁଣି ଜୋର ଧରିଛି । ଯେହେତୁ ପୂର୍ବରୁ ସେମାନେ ଅନଲାଇନରେ ପାଠ ପଢ଼ିଛନ୍ତି, ତେଣୁ ଅନଲାଇନରେ ହିଁ ପରୀକ୍ଷା ଦେବେ ବୋଲି ଜିଦ ଧରିଛନ୍ତି । ଛାତ୍ରଛାତ୍ରୀ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ୟ୍ୟାଳୟ ସାମ୍ନାରେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତା ୧୯ତାରିଖରେ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ସମୁଖ ରେ ଧାରଣା ଦେଇଛନ୍ତି । ଏସମ୍ପର୍କରେ ରେଜିଷ୍ଟ୍ରାର ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ପଚାରିବାରୁ ଆନ୍ଦୋଳନକୁ ସ୍ବୀକାର କରିଥିଲେ । ଏନେଇ ଉଚ୍ଚସ୍ତରୀୟ ଆଧିକାରୀଙ୍କୁ ଜଣାଇ ଦିଆଯାଇଛି ଏବଂ ପରୀକ୍ଷା ଘୁଞ୍ଚାଇବାକୁ ଆଲୋଚନା ଚାଲିଛି ବୋଲି କହିଥିଲେ ।
Comments are closed, but trackbacks and pingbacks are open.