ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆଜି ଶୂନ୍ୟକାଳରେ ରାଜ୍ୟ ଆକସ୍ମିକ ପାଣ୍ଠିରୁ ଖର୍ଚ୍ଚ ହୋଇଥିବା ୧୪୪୩ କୋଟି ୧୨ ଲକ୍ଷ ୪୪ ହଜାର ଟଙ୍କାକୁ ଗୁରୁବାର ବିଧାନସଭା ଦେଇଥିବା ମଞ୍ଜୁରୀ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ବିଜେପି ଦର୍ଶାଇଥିଲା । ସରକାରଙ୍କର ଏଭଳି ବେଆଇନ କାମକୁ ବିରୋଧ କରି ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରି ରାଜଭବନ ଅଭିମୁଖେ ଯାଇଥିଲେ । ସେଠାରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଥିଲେ ।
ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟ ସରକାର ୨୦୧୮-୧୯ ଆପଦକାଳୀନ ପାଣ୍ଠିରେ ୪୦୦ କୋଟି ଟଙ୍କା ଥିବା ବେଳେ ତାକୁ ଉଦ୍ଦେଶ୍ୟମୂଳକ ଭାବେ ୧୪୦୦ କୋଟିକୁ ବୃଦ୍ଧି କରିଥିଲେ । ଆଇନ ଅନୁଯାୟୀ କେବଳ ଆପାତକାଳୀନ ସ୍ଥିତିରେ ହିଁ ଏ ପାଣ୍ଠିକୁ ବ୍ୟବହାର କରାଯାଇ ପାରିବ । ଏସ୍ଡିଆରଏଫ ନିୟମାବଳୀ ଅନୁସାରେ ରାଜ୍ୟ ସରକାର କେବଳ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ କ୍ଷୟକ୍ଷତି ପୁର୍ନଗଠନ ପାଇଁ ଏ ପାଣ୍ଠିରୁ ଖର୍ଚ୍ଚ କରିପାରିବେ । ଶାସକ ଦଳ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ଯାଇ ଏହି ଅର୍ଥକୁ ଖର୍ଚ କରିଛି । ଫଳରେ ଫୋନି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟକୁ ଅର୍ଥାଭାବରୁ ରାଜ୍ୟ ସରକାର ସଠିକ୍ ଭାବେ ମୁକାବିଲା କରିପାରିଲେ ନାହିଁ । ରାଜ୍ୟ ସରକାର ଲୋକଙ୍କୁ ସ୍ଥାନାନ୍ତର କଲେ କିନ୍ତୁୁ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ବିଫଳ ହେଲେ ବୋଲି ବିଜେପି ବିଧାୟକ ମୋହନ ମାଝୀ ଗଣମାଧ୍ୟମକୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons