ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି:ସ୍ମିତାରାଣୀ ପ୍ରସଙ୍ଗକୁ ଚାପି ଦିଆଯାଉଛି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ମିତାରାଣୀ ମର୍ଡର ପ୍ରସଙ୍ଗକୁ ଧରି ବିଜେପି ନିଜ ପ୍ରତିବାଦ ଜାରି ରଖିଛି । ଦୁଇଦିନ କାଳ ବିଜେପି ସଭ୍ୟମାନେ କଳାପଟି ବାନ୍ଧି ଗୃହକୁ ଯିବା ପରେ ଆଜି ଗୃହକୁ ଯାଇନାହାନ୍ତି । ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାକୁ ସରକାର ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ଚାହୁନାହାନ୍ତି । ଆମକୁ କହିବାକୁ ସୁଯୋଗ ଦିଆଯାଉନି । ବିଜେପି ବିଧାୟକମାନେ ଏ ଅଭିଯୋଗ କରିବା ସହ ଆଜି ପ୍ରତିବାଦ ଶୋଭାଯାତ୍ରାରେ ରାଜଭବନ ଯାଇଥିଲେ । ସେଠାରେ ରାଜ୍ୟାପାଳଙ୍କୁ ଭେଟି ବିଧାନସଭାରେ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ମିଳୁନି ବୋଲି ଅଭିଯୋଗ କରିଥିଲେ । ବିଜେପି ଅପରାହ୍ନ ଅଧିବେଶନରେ ଗୃହକାର୍ଯ୍ୟରେ ଯୋଗଦେଇ ବାଚସ୍ପତି ଏଭଳି ସ୍ପର୍ଶକାତର ପ୍ରସଙ୍ଗକୁ ମଧ୍ୟ ଚାପି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଷୋଡ଼ଶ ବିଧାନସଭାର ପ୍ରଥମ ଦିନରୁ ବିଜେପି ସଭ୍ୟମାନେ ଯାଜପୁର ପିଇଓ ସ୍ମିତାରାଣୀ ହତ୍ୟା ପ୍ରସଙ୍ଗକୁ ଧରି ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ । ଏ ପ୍ରସଙ୍ଗରେ ସ୍ୱତନ୍ତ୍ର ସଂକଳ୍ପ ଆଲୋଚନା ପାଇଁ ବିଜେପି ଦାବି କରିଥିଲା ବେଳେ ଗୃହରେ କଂଗ୍ରେସର ଏ ସଂପର୍କିତ ସଂକଳ୍ପ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବିଜେପି ସଭ୍ୟମାନଙ୍କ ହଟ୍ଟଗୋଳ ଓ ସ୍ଲୋଗାନବାଜି ମଧ୍ୟରେ ଏ ମୁଲତବି ଆଲୋଚନା ପରେ ବିଜେପି ସଭ୍ୟମାନେ ଶୁକ୍ରବାର ଓ ଶନିବାର କଳାପଟି ବାନ୍ଧି ଗୃହକୁ ଆସିଥିଲେ । ବିଜେପି ସଭ୍ୟମାନେ ଆଜି ଗୃହକୁ ନଯାଇ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଅପରାହ୍ନରେ ସେମାନେ କଳାପଟି ବାନ୍ଧି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ସ୍ମିତାରାଣୀ ମର୍ଡର ଘଟଣାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରୁଛୁ । ଏହାଛଡ଼ା ଯାଜପୁର ଏସ୍ପି ଓ ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ନେଇ ଆମେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ସରକାର କିଭଳି ଆମ ଅଧିକାରରୁ ଆମକୁ ବଞ୍ଚିତ କରିଛନ୍ତି ସେ ନେଇ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛୁ ।
ଅପରାହ୍ନ ଅଧିବେଶନରେ ବିଜେପି ଗୃହ କାର୍ଯ୍ୟରେ ଯୋଗ ଦେଇଥିଲା । ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଲେ, ଆମେ ସ୍ମିତାରାଣୀ ପ୍ରସଙ୍ଗରେ ବାରମ୍ବାର ଆଲୋଚନା କରିବାକୁ ଚାହିଁଲୁ । ମାତ୍ର ବାଚସ୍ପତି ଆମକୁ ଚାହିଁଲେନି । ଆମକୁ ଏହା ବେଶୀ ଦୁଃଖ ଦେଲା । ଆମେ ସ୍ମିତାରାଣୀ ପ୍ରସଙ୍ଗ ଉଠାଇବା କ’ଣ ଭୁଲ ଥିଲା? ଏସପି ଜଣେ ମହିଳାଙ୍କ ଚରିତ୍ର ସହାର କଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଗଲାନି । ସ୍ମିତାରାଣୀଙ୍କ ଝିଅଙ୍କୁ ମହିଳା କମିଶନ ଅଧ୍ୟକ୍ଷା ସମବେଦନା ବି ଜଣାଇଲେନି । ପୁଲିସ ୩୦୨ ଦଫା ବଦଳରେ ୩୦୬ ଦଫା ଲଗାଇ ଶୀଘ୍ର ଜାମିନ ପାଇଁ ବାଟ ଫିଟାଇଲା । ଏଭଳି ପକ୍ଷପାତିତା ଠିକ୍ ନୁହେଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons