ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ନିୟମିତ ଯୋଗାଭ୍ୟାସ କର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟବାସୀଙ୍କ ଆହ୍ୱାନ ଦେଇ ସେ କହିଛନ୍ତି, ସମସ୍ତେ ନିୟମିତ ଯୋଗାଭ୍ୟାସ କରନ୍ତୁ । ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜର ଅବଦାନ ରଖନ୍ତୁ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ଯୋଗ ଭାରତୀୟ ପରମ୍ପରାର ଅନନ୍ୟ ସମ୍ପଦ । ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ସର୍ବୋତ୍ତମ ମାଧ୍ୟମ ଭାବରେ ଯୋଗ ଆଜି ସାରା ବିଶ୍ୱରେ ଆଦର ଲାଭ କରିଛି । ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିବା ସହ ମାନସିକ ଶାନ୍ତି ମିଳିଥାଏ । ମାନସିକ ଚାପ, ଦୁଶ୍ଚିନ୍ତା ଓ ଅବସାଦରୁ ମୁକ୍ତି ମିଳିଥାଏ । ଜୀବନଶୈଳୀଜନିତ ବିଭିନ୍ନ ରୋଗର ସଫଳ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟକ ହୋଇଥାଏ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons