ଭୁବନେଶ୍ବର : ଆଜି ବିଧାନସଭା ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି । ବିଭିନ୍ନ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଉପରେ ପ୍ରଶ୍ନୋତ୍ତର ପରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଉପରେ ଚାଲିଥିଲା ପ୍ରଶ୍ନୋତ୍ତର ।
ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଗୃହରେ ଉତ୍ତର ରଖିଛନ୍ତି । ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ସାକ୍ଷରତା ହାର ୬୯.୨ପ୍ରତିଶତ ରହିଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।
ରାଜ୍ୟରେ ପାଠ ପଢା ନିମନ୍ତେ ଆଶ୍ରମ ସ୍କୁଲ, ସେବାଶ୍ରମ, ଏବଲବ୍ୟ ବିଦ୍ୟାଳୟ, କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନ ରହିଛି । ସେଥିରେ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ଟି ସେବାଶ୍ରମ, ୨୭ଟି ଏକଲବ୍ୟ ବିଦ୍ୟାଳୟ, ୧୦ଟି କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ୪୨୨ଟି ଉଚ୍ଚ ବିଦ୍ୟାଳୟ, ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ।
ଅନ୍ୟପଟେ ୧୯ଟି ଜିଲ୍ଲାରେ ସାକ୍ଷରତା ହାର କମ୍ ଥିବାରୁ ସେଠାରେ ସଂଯୋଜକ, ପ୍ରେରକ ନିଯୁକ୍ତି ଦିଆଯାଇଛି । ‘ଆମ କଥା, ଭାରତ ସାକ୍ଷରତା’ ନାମରେ ଏକ ଯୋଜନା କାର୍ୟ୍ୟକାରୀ ମଧ୍ୟ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.