ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ:ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ ଶୂନ: ପ୍ରଦୀପ୍ତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାରେ ମହିଳା ହିଂସା ବଢ଼ି ଚାଲିଛି । ମାତ୍ର ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହାର ଯଥେଷ୍ଟ କମ୍ ରହିଛି । ଅପରାଧୀମାନଙ୍କ ଆଉ ପୁଲିସ ପ୍ରତି ଭୟ ନାହିଁ । ସରକାର ବି ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଏମିତି ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି, ମହିଳା ବିରୋଧୀ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶରେ ୭୨, ତାମିଲନାଡୁରେ ୬୯, ପଶ୍ଚିମବଙ୍ଗରେ ୮୮ ଓ ମହାରାଷ୍ଟ୍ରରେ ୧୦୦ଟି ଫାଷ୍ଟଟ୍ରାକ୍ କୋର୍ଟ ଅଛି । ମାତ୍ର ଓଡ଼ିଶାରେ ଏହି ସଂଖ୍ୟା ଶୂନ । ରାଜ୍ୟ ସରକାର କାହିଁକି ଏବେ ସୁଦ୍ଧା ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ କରିନାହାନ୍ତିି ତାର ଜବାବ ଦିଅନ୍ତୁ ।
ମହିଳା ବିରୋଧୀ ହିଂସାର ବିଚାର କରିବାକୁ ଫାଷ୍ଟଟ୍ରାକ କୋର୍ଟ ପାଇଁ କେନ୍ଦ୍ର ସରକାର ୬୦ଧ ଅର୍ଥ ଦେଉଛନ୍ତି । ହେଲେ ଓଡ଼ିଶା ସରକାର ଏହାକୁ ଖର୍ଚ୍ଚ କରିବାରେ ଫେଲ ମାରିଛନ୍ତି । କୋର୍ଟ ପ୍ରତିÂା ପାଇଁ ରାଜ୍ୟ ସରକାର ସେପ୍ଟେମ୍ବରରୁ ନିଷ୍ପତ୍ତି ନେଇ ମଧ୍ୟ ଏଯାଏ ଆଗେଇ ନାହାନ୍ତି । ସେ ଅଭିଯୋଗ କରିଛନ୍ତି, ରାଜ୍ୟରେ ଏବେ ମାତ୍ର ୬ଟି ମହିଳା ଥାନା ଅଛି । କାହିଁକି ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ମହିଳା ଥାନା ପ୍ରତିÂା ହୋଇପାରିନାହିଁ । ପୁଲିସ ବିଭାଗରେ ଏକ ସ୍ପେଶାଲ ସ୍କ୍ୱାଡ୍ ଗଠନ ହେଉ । ଯେତେ ବଳାକ୍ରାର ମାମାଲା ଆସୁଛି ତାର ତଦନ୍ତ ସେହି ସ୍କାଡ୍ କରୁ ।
ପ୍ରଦୀପ୍ତ କହିଛନ୍ତି, ୨୦୧୬ରେ ରାଜ୍ୟରେ ୧୯୨୮ ଟି ବଳାକ୍ରାର ଘଟଣା ଘଟିଥିଲା । ୨୦୧୭ରେ ୨୨୨୧, ୨୦୧୮ରେ ୨୫୦୨ ଏବଂ ଚଳିତ ନଭେମ୍ବର ମାସ ସୁଦ୍ଧା ୧୧୪୯ ବଳାକ୍ରାର ଘଟଣା ପୁଲିସରେ ରେକର୍ଡ ହୋଇଛି । ଭବାନୀପାଟଣାରେ ଲିଫ୍ଟ ଦେବା ବାହାନାରେ ଜଣେ ମହିଳାଙ୍କୁ ଗଣବଳାକ୍ରାର ହୋଇଛି । ନବରଙ୍ଗପୁର ଜିଲ୍ଲାର କୋଷାମଗୁଡା ଅଂଚଳରେ ଜଣେ ନାବାଳିକାଙ୍କୁ ଗଣଦୁର୍ଷ୍କମ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନା ସୃଷ୍ଟି ହୋଇଛି । ପୁରୀରେ ପୁଲିସ କଲୋନିରେ ଜଣେ ଯୁବତୀଙ୍କୁ ଗଣବଳାକ୍ରାର କରାଯାଇଥିଲା । ସେହି ପୁରୀରେ ଜଣେ ସ୍ୱାମୀ ପରିତ୍ୟକ୍ତାଙ୍କୁ ଦୁଇ ଦିନ ତଳେ ଧର୍ଷଣ କରାଯାଇଛି । ମୟୁରଭଞ୍ଜର ରାଇରଙ୍ଗପୁର ମହାବିଦ୍ୟାଳୟର ଜଣେ ଅଧ୍ୟାପିକା ଧର୍ଷଣର ଶିକାର ହୋଇ ଆତ୍ମହତ୍ୟା କରିଥିଲେ । ସ୍ମିତାରାଣୀ ଘଟଣାରୁ ଆଜି ଯାଏଁ ପରଦା ଉଠିଲା ନାହିଁ । ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣବଳାକ୍ରାର ଘଟଣାରେ ଦୋଷୀ ଧରାପଡିଲା ନାହିଁ । ପିପିଲି ଗଣଦୁର୍ଷ୍କମ ଘଟଣାରେ ଅପରାଧୀମାନେ ଅଦଲାତରୁ ଖସିଗଲେ । ଏତେ ମହିଳା ହିଂସା ଘଟଣା ପରେ କେବେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିବ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons