ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ: ୧୯ ଶହ ଟପିଲା ସଂଖ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୧୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ ରେ ପହଞ୍ଚôଯାଇଛି । ସେମାନଙ୍କ ମଧ୍ୟରୁ ୧୦୫୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮୮୯ ଜଣ ଚିକିତ୍ସାଧୀନ ଅଛନ୍ତି । ୭ ଜଣଙ୍କ ମୃତୁ୍ୟ ଘଟିଛି । ଆଉ ୨ ଆକ୍ରାନ୍ତ ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କ ମୃତୁ୍ୟ କରୋନା ଯୋଗୁ ହୋଇନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ନୂତନ ଭାବେ ଚିହ୍ନଟ ୧୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ବାକି ୧୦ ଜଣ ସ୍ଥାନୀୟ ଅଞ୍ଚଳର । ୧୯ ଟି ଜିଲ୍ଲାରୁ ଏହି ନୂଆ କରୋନା ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୧୮ ଜଣ ଅଛନ୍ତି । ସେହିପରି ଗଜପତିରୁ ୧୭ ଜଣ, ନୂଆପଡ଼ାରୁ ୧୨, ବଲାଙ୍ଗିରିରୁ ୧୧, ଗଞ୍ଜାମରୁ ୧୦ , ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୭, ପୁରୀରୁ ୪, ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ରୁ ୬ ଜଣ ଲେଖାଏଁ, କଟକରୁ ୫, ଦେବଗଡ଼ରୁ ୪, କେନ୍ଦୁଝରରୁ ୩, ଜଗତସିହପୁରରୁ ୨, ମାଲକାନଗିରି, ଢେ଼ଙ୍କାନାଳ ଓ ସମ୍ବଲପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ୧୮ ଟି ନୂଆ କେସ୍ ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ (୪୦ ସୁସ୍ଥ, ୪୯ ଚିକିତ୍ସାଧୀନ) ରେ ପହଞ୍ଚିଛି । ଗଜପତିରେ ୧୬ ନୂଆ ଆକ୍ରାନ୍ତଙ୍କ ସହିତ ମୋଟ ସଂଖ୍ୟା୩୬ରେ ପହଞ୍ଚିଛି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ନୂଆ ପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ରେ ପହଞ୍ଚିଯାଇଛି । ଏଠାରେ ବି ସମସ୍ତେ ଚିକିତ୍ସାଧୀନ ରହିଛନ୍ତି । ବଲାଙ୍ଗିରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୮୦(୬ ସୁସ୍ଥ, ୭୪ ଚିକିତ୍ସାଧୀନ)ରେ ପହଞ୍ଚôଛି । ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୪୧୪ (୩୧୮ ସୁସ୍ଥ, ୯୩ ଚିକିତ୍ସାଧୀନ, ୩ ମୃତ) ଓ ୨୬୯(୧୭୪ ସୁସ୍ଥ, ୯୫ ଆକ୍ରାନ୍ତ)ରେ ପହଞ୍ଚିଛି । ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ ସ ବରଗଡ଼ ଜିଲ୍ଲାରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧୫୨ । କଟକରେ ଆଉ ୫ଟି ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୪ ଜଣ ଚିକିତ୍ସାଧୀନ ଅଛନ୍ତି । ଏଠାରେ ଜଣଙ୍କର ମୃତୁ୍ୟ ଘଟିଛି । ଦେବଗଡ଼ରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ ୩ ଜଣ, ଜଗତସିଂହପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରି, ଢେ଼ଙ୍କାନାଳ ଓ ସମ୍ବଲପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୦ , ୧୯, ୧୮ ଓ ୯ ରେ ପହଞ୍ଚôଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons