ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଏହା ସହିତ ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି , ମୃତକଙ୍କ ବୟସ ୬୦ ବର୍ଷ । ସେ ଜଣେ ପୁରୁଷ । ସେ ପୁରୀ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ସେ ଦୀର୍ଘ ଦିନ ହେବ ଶ୍ୱାସଜନିତ ରୋଗରେ ପୀଡିତ ଥିଲେ । ରାଜ୍ୟରେ ପୂର୍ବରୁ ୧୧ କରୋନା ରୋଗୀଙ୍କ ମୃତୁ୍ୟ ଘଟିଥିଲା । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୬ କରୋନା ରୋଗୀ ଆଖି ବୁଜିଥିବା ବେଳେ ଖୋର୍ଦ୍ଧାରେ ୪ ଓ କଟକରେ ଜଣଙ୍କର କରେନା ଯୋଗୁ ମୃତୁ୍ୟ ହୋଇଥିଲା । ଏହାବ୍ୟତୀତ ଆଉ ୩ କରୋନା ରୋଗୀଙ୍କ ମୃତୁ୍ୟ ହୋଇଥିବା ବେଳେ ସେମାନଙ୍କ ମୃତୁ୍ୟ କରେନା ଜନିତ ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ ରେ ପହଞ୍ଚିଥିବା ବେଳେ ୩୨୯୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ସେମାନଙ୍କ ବ୍ୟତୀତ ୧୫୪୩ ଜଣ ଏବେ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
Comments are closed, but trackbacks and pingbacks are open.