ଭୁବନେଶ୍ୱର: ରାଜ୍ୟରେ ଆଉ ୪ଟି ଫ୍ୟାମିଲି କୋର୍ଟ ଖୋଲାଯିବ। ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ଦିନକୁ ଦିନ ବୃଦ୍ଧି ପାଉଥିବା ପାରିବାରିକ ହିଂସା ଓ ପତି ପତ୍ନୀଙ୍କ ମଧ୍ୟରେ ମତାନ୍ତରକୁ ନଜରରେ ରଖି ରାଜ୍ୟ ସରକାର ଆଉ ୪ଟି ଫ୍ୟାମିଲି କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନୁଗୋଳ, ରାୟଗଡା, ଜଗତସିଂପୁର ଓ ବୌଦ୍ଧରେ ଏହି ଫ୍ୟାମିଲି କୋର୍ଟ ଖୋଲାଯିବ। ଏହାକୁ ଚଳିତ ଆର୍ଥିକ ବର୍ଷରୁ କାର୍ୟ୍ୟକ୍ଷମ କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
Comments are closed, but trackbacks and pingbacks are open.