ରାଜ୍ୟରେ ଖୋଲିଲା ୨୪୪ଟି ଇ-ଫାଇଲିଂ ପୋର୍ଟାଲ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): କୋର୍ଟର ବିଭିନ୍ନ କାର୍ଯ୍ୟ ଏଣିକି ଅନ୍ଲାଇନରେ କରାଯିବ । କୋର୍ଟ ଫି’ ଜମାଠାରୁ ଆରମ୍ଭ କରି କେଉଁ ମାମଲାର ସ୍ଥିତି କ’ଣ ରହିଛି ତାହା ମଧ୍ୟ ଜଣେ ଆବେଦନକାରୀ ଜାଣିପାରିବେ । ଏହି ସମସ୍ତ ସୁବିଧା ଇ-ପୋର୍ଟାଲ୍ ଜରିଆରେ ପ୍ରଦାନ କରାଯିବ । ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ଏହି ସୁବିଧା ଯୋଗାଇ ଦେବା ପାଇଁ ଇ-ସୁବିଧା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ହାଇକୋର୍ଟରେ ଇ-ସୁବିଧା କେନ୍ଦ୍ରର ଉଦ୍ଘାଟନ ହୋଇଥିଲାବେଳେ ଅନ୍ୟାନ୍ୟ ଇ-ସେବା ଯେମିତିକି ହାଇକୋର୍ଟ ଏବଂ ଅନ୍ୟାନ୍ୟ ଜିଲ୍ଲାଜଜ୍ କୋର୍ଟରେ ଅନ୍ଲାଇନ୍ ପେମେଣ୍ଟ୍, ୨୪୪ଟି ସ୍ଥାନରେ ଇ-ଫାଇଲିଂ ପୋର୍ଟାଲ, ପ୍ରତ୍ୟେକ ଜିଲ୍ଲା କୋର୍ଟ କମ୍ପେ୍ଲକ୍ସରେ ଭିଡିଓ କନ୍ଫରେନ୍ସିଂ କ୍ୟାବିନ୍ ଏବଂ ୭୮ଟି ତାଲୁକା କୋର୍ଟ କମ୍ପେ୍ଲକ୍ସରେ ଇ-ସେବା କେନ୍ଦ୍ରର ଉଦ୍ଘାଟନ କରାଯାଇଛି । ଏହି ସମସ୍ତ ସୁବିଧା ଆଇନଜୀବୀ ଏବଂ ସାଧାରଣ ଲୋକ ପାଇପାରିବେ ।
ଏହି ଇ-ସେବା ଉଦ୍ଘାଟନ ଅବସରରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲା ଜଜ୍, ବିଚାର ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ନିମ୍ନ ଅଦାଲତର ଆଇନଜୀବୀମାନେ ଯୋଗ ଦେଇଥିଲେ । ଏଥିରେ ହାଇକୋର୍ଟର କମ୍ପୁ୍ୟଟର କମିଟି, ହାଇକୋର୍ଟର ବିଚାରପତି, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ବରିÂ ଆଇନଜୀବୀ ଜଗବନ୍ଧୁ ସାହୁ, ରେଜିଷ୍ଟ୍ରିର ଅଧିକାରୀ ଯୋଗ ଦେଇଥିଲେ ।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ନିଜ ବକ୍ତବ୍ୟରେ ଏହି ସେବା ଦ୍ୱାରା ରାଜ୍ୟ ବିଚାର ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ପାଇବ ବୋଲି ମତବ୍ୟକ୍ତ କରିଥିଲେ । ବର୍ତ୍ତମାନ କୋର୍ଟ ଫି’ ଦାଖଲ ପାଇଁ ହାଇକୋର୍ଟ ଏବଂ ଜିଲ୍ଲାଜଜ୍ କୋର୍ଟମାନଙ୍କରେ ଯେଉଁ ଅନ୍ଲାଇନ୍ ସୁବିଧା ମିଳୁଛି ଆଗାମୀ କିଛି ମାସ ମଧ୍ୟରେ ଏହି ସୁବିଧା ତାଲୁକସ୍ତରୀୟ କୋର୍ଟରେ ମଧ୍ୟ ମିଳିବ ବୋଲି ଜଷ୍ଟିସ୍ ମୁରଲୀଧର ସ୍ପଷ୍ଟ କରିଥିଲେ । ଇ-ଫାଇଲିଂ ଏବଂ ଇ-ପେମେଣ୍ଟର ସୁବିଧା ଆଇନଜୀବୀମାନେ ଉଠାଇବାକୁ ମୁଖ୍ୟ ବିଚାରପତି ଆହ୍ୱାନ ଦେଇଥିଲେ । ଏହି ଦୁଇ ସୁବିଧା ପାଇବା ପାଇଁ କୋର୍ଟ ୱେବ୍ସାଇଟ୍ରେ ଗାଇଡ୍ଲାଇନ୍ ମଧ୍ୟ ରହିଛି । ଯାହାଦ୍ୱାରା କି’ ଜଣେ ବ୍ୟବହାରକାରୀ କୌଣସି ପ୍ରକାର ସମସ୍ୟାର ସାମ୍ନା କରିବ ନାହିଁ । ୭୮ଟି ଇ-ସେବା କେନ୍ଦ୍ର ଉଦ୍ଘାଟନ କରିବା ଅବସରରେ ମୁଖ୍ୟ ବିଚାରପତି କହିଲେ ଯେ, ଏହି ସେବା କେନ୍ଦ୍ର ଆଇନଜୀବୀ ଏବଂ ମହକିଲମାନଙ୍କୁ ଅନେକ ପ୍ରକାର ସହାୟତା କରିବ । କରୋନା ସମୟରେ ଭିଡିଓ କନ୍ଫରେନ୍ସିଂର ଗୁରୁତ୍ୱକୁ ଉପଲବ୍ଧି କରି ମୁଖ୍ୟ ବିଚାରପତି ପ୍ରତ୍ୟେକ ଜିଲ୍ଲାର କୋର୍ଟ କମ୍ପେ୍ଲକ୍ସରେ ‘ଭିଡିଓ୍ କନ୍ଫରେନ୍ସିଂ କ୍ୟାବିନ୍’ର ଉଦ୍ଘାଟନ କରିଥିଲେ । ଏହି ସ୍ଥାନଟି ପ୍ରତ୍ୟେକ ଆଇନଜୀବୀ ଏବଂ ମହକିଲଙ୍କୁ ଭିଡିଓ କନ୍ଫରେନ୍ସିଂରେ ଭାଗ ନେବା ପୂର୍ବରୁ ପ୍ରାକ୍ଟିସ୍ ପାଇଁ ସାହାଯ୍ୟ କରିବ ।
ଏହି ଅବସରରେ ମୁଖ୍ୟ ବିଚାରପତି ହାଇକୋର୍ଟରେ ବିଭିନ୍ନ ମାମଲାର କିପରି ଡିଜିଟାଇଜେସନ୍ ଆରମ୍ଭ ହୋଇଛି ସେ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଇତିମଧ୍ୟରେ ହାଇକୋର୍ଟର ୧ ଲକ୍ଷ ୭୫ ହଜାର ମାମଲାର ଡିଜିଟାଇଜେସନ୍ ହୋଇଯାଇଛି । ଏହି ଡିଜିଟାଇଜେସନ୍ ପ୍ରକ୍ରିୟା ଖୁବ୍ଶୀଘ୍ର ରାଜ୍ୟର ୪ଟି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ହାଇକୋର୍ଟ କମ୍ପୁ୍ୟଟର କମିଟିର ଅଧ୍ୟକ୍ଷ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଏହି ଟେକ୍ନୋଲୋଜି କିପରି ବିଚାର ବ୍ୟବସ୍ଥାର ଦକ୍ଷତା ବିକାଶରେ ସହାୟତା କରିଛି ସେ ସଂକ୍ରାନ୍ତରେ ମତ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons