‘ରାଜ୍ୟରେ ଜୁନ୍ ୧୭ ତାରିଖରୁ ସ୍କୁଲ ଖୋଲିବ ନାହିଁ’

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରାଜ୍ୟରେ ଜୁନ୍ ୧୭ ତାରିଖରୁ ସ୍କୁଲ ଖୋଲିବ ନାହିଁ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତକାଲି କେନ୍ଦ୍ରରେ ନୂଆ ଗାଇଡ୍ଲାଇନ୍ ଆସିଛି । ସେହି ଅନୁସାରେ ଜୁନ୍ ୧୭ରୁ ରାଜ୍ୟରେ ସ୍କୁଲ ଖୋଲିବନି । ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ପରିଷଦ ବୈଠକରେ ଆଲୋଚନା ହୋଇଥିଲା । ଜୁନ୍ ୧୭ ରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫାଇଲ୍ ବି ଯାଇଛି । କିନ୍ତୁ ଗତକାଲି କେନ୍ଦ୍ର ସରକାରଙ୍କ ଲକ୍ଡାଉନ୍ ୫ର ଗାଇଡ୍ଲାଇନ୍ ଆସିଛି । ଏଥିରେ ସ୍କୁଲ ଓ କଲେଜ ଖୋଲିବା ନେଇ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ସେହି ଦୃଷ୍ଟି କୋଣରୁ ଜୁନ୍ ୧୭ ରେ ସ୍କୁଲ ଖୋଲିବ ନାହିଁ । ସୂଚନାଯୋଗ୍ୟ, ଜୁଲାଇରେ କରୋନାର ସ୍ଥିତି ଦେଖବା ପରେ କେନ୍ଦ୍ର ସରକାର ରଜା୍ୟ ଓ କେନ୍ଦ୍ରର ଶାସିତ ଅଞ୍ଚଳର ସରକାରଙ୍କ ସହ ଆଲୋଚନା କରିବା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଗତକାଲି ଗାଇଡ୍ଲାଇନ୍ ଜାରି ବେଳେ କୁହାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons