ଭୁବନେଶ୍ବର: ଭୟଙ୍କର କରୋନା ଭାଇରସ କୋବିଡ୍-୧୯ ର ମୁକାବିଲାରେ ଲକ୍ଡାଉନ ଘୋଷଣା ଠାରୁ ତ୍ବରିତ ଚିକିତ୍ସା ତଥା ମୁକାବିଲା ଆଦି ଅଭିଯାନରେ ସାରା ଦେଶରେ ଓଡ଼ିଶା ଆଗୁଆ । ଏହି କାର୍ୟ୍ୟକ୍ରମରେ ରାଜ୍ୟରେ କୋଭିଡ୍-୧୯ ମୁକାବିଲା ନିମନ୍ତେ ଆଜି ସୁଦ୍ଧା ୧୬ଟି ଜିଲ୍ଲାରେ ୧୭ଟି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ବା ସ୍ବାସ୍ଥ୍ୟ କେନ୍ଦ୍ର କାର୍ୟ୍ୟ କରୁଛି ।
ଏହି ସବୁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଗଜପତି, ଗଞ୍ଜାମ, ଯାଜପୁର, କେଉଁଝର, ଖୋର୍ଦ୍ଧା, ପୁରୀ, କଟକ, ସୁନ୍ଦରଗଡ଼, ଭଦ୍ରକ, ରାୟଗଡ଼ା, ମାଲକାନଗିରି,ଢେଙ୍କାନାଳ, କେନ୍ଦ୍ରା ପଡ଼ା, ବୌଦ୍ଧ,ବାଲେଶ୍ବର ଓ କୋରାପୁଟ ଜିଲ୍ଲାରେ କାର୍ୟ୍ୟ କରୁଥିବାବେଳେ ଏଗୁଡ଼ିକରେ ମୋଟ ଶଯ୍ୟା ସଂଖ୍ୟା ୨୭୯୦ । ଆଜି ରାଜ୍ୟସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚିଙ୍କ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଏହା ବ୍ୟତୀତ ନବରଙ୍ଗପୁରଠାରେ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ସ୍ଥାପନ ନିମନ୍ତେ ନବରଙ୍ଗପୁର ଜିଲ୍ଲାପାଳ, ନାଲ୍କୋ ଏବଂ ସ୍ଥାନୀୟ ଖ୍ରୀଷ୍ଟିଆନ୍ ହସ୍ପିଟାଲ୍ ମଧ୍ୟରେ ଏକ ତ୍ରୀପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ରାଜ୍ୟରେ ଔଷଧ ଏବଂ ଆବସ୍ୟକ ଚିକିତ୍ସା ଉପକରଣ, ସରଞ୍ଜାମ ଆଦିର ଉପଲବ୍ଧତା ନେଇ ମତ ରଖିଛନ୍ତି । ସେ କହିଛନ୍ତି , ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲ୍ଜେସିକ୍ସ ଓ ଆଣ୍ଟିଇନ୍ଫ୍ଲାମେଟାରୀ ଉପଲବ୍ଧ ରହିଛି । ଏହା ବ୍ୟତୀତ ଯଥେଷ୍ଟ ପରିମାଣର ତିନି ପରସ୍ତ ସର୍ଜିକାଲ୍ ମାସ୍କ, ଏନ୍-୯୫ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ ରହିଛି ।
ଅନୁରୂପ ଭାବରେ ଆଇ.ସି.ୟୁ ଭେଣ୍ଟିଲେଟର, ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍ସ ଓ ନେବୁଲାଇଜର ଇତ୍ୟାଦି ଉପଲବ୍ଧ ରହିଛି। ଆଉି ୪ ମାସ ପାଇଁ ଔଷଧ ଆମଦାନୀ ନିମନ୍ତେ ଆଦେଶ ଦିଆଯାଇଛି । ଏଥିସହିତ ବର୍ତ୍ତମାନର ଅସାଦାରଣ ପରିସ୍ଥିତିରେ ସ୍ବାସ୍ତ୍ୟ ଜନୀତ ସମସ୍ୟାର ମୁକାବିଲା ଲାଗି ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୭୦୨୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ଏସବୁରେ ୧,୬୨,୬୫୯ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି ।
Comments are closed, but trackbacks and pingbacks are open.