ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ରାଜ୍ୟସଭା ମୁଖ୍ୟ ସଚେତକ ଭାବେ ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କୁ ବିଜେଡି ସଂସଦୀୟ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଏଣିକି ଏ ଦୁଇ ସାଂସଦ ଦଳର ଏ ଗୁରୁ ଦାୟିତ୍ୱ ତୁଲାଇବେ । ଉଲ୍ଲେଖଯୋଗ୍ୟ, ରାଜ୍ୟସଭାରେ ଖାଲି ହୋଇଥିବା ଆସନରୁ ଏ ଦୁଇ ସାଂସଦ ନିକଟରେ ନୂଆ କରି ରାଜ୍ୟସଭାକୁ ଯାଇଛନ୍ତି । ମାତ୍ର ଦୁହିଁଙ୍କ ଦକ୍ଷତାକୁ ଭିତ୍ତି କରି ଦଳର ସଭାପତି ଏ ଗୁରୁ ଦାୟିତ୍ୱ ଦେଇଛନ୍ତି ।


Comments are closed, but trackbacks and pingbacks are open.