ରାଜ୍ୟସଭା ଭୋଟ ବିଜ୍ଞପ୍ତି ଆଜି, ବିଷ୍ଣୁପ୍ରସାଦ ମିଶ୍ର ରିଟର୍ଣ୍ଣିଂ ଅଫିସର

Get real time updates directly on you device, subscribe now.

ଭୁବନେଶ୍ୱର(ବି.ବି.ବ୍ୟୁରୋ): ରାଜ୍ୟସଭାରେ ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା ଜୁଲାଇ ୫ରେ ହେବ ଉପନିର୍ବାଚନ । ଓଡ଼ିଶାରୁ ଖାଲି ହୋଇଥିବା ୩ଟି ଆସନ ସମେତ ୬ ଆସନ ପାଇଁ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତାକାଲି ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ରାଜ୍ୟସଭା ଉପନିର୍ବାଚନ ପାଇଁ ଲୋକସେବା ଆୟୋଗଙ୍କ ସଚିବ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ମିଳିଛି ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଏହି ଉପନିର୍ବାଚନ ପାଇଁ ଆସନ୍ତା ୨୫ ରେ ନାମାଙ୍କନ ଦାଖଲ ସରିବ । ୨୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୨୮ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି । ଆସନ୍ତା ୫ ଜୁଲାଇରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର‌୍ୟନ୍ତ ଭୋଟ୍‌ ହେବ । ସେଦିନ ଅପରାହ୍ନ ୫ଟାରେ ଗଣତି କରାଯିବ । ରାଜ୍ୟସଭାରେ ଖାଲି ପଡ଼ିଥିବା ଓଡ଼ିଶାର ୩ଟି, ଗୁଜରାଟର ୨ଟି ଓ ବିହାରର ଗୋଟିଏ ଆସନ ଲାଗି ଏଥିପାଇଁ ଉପନିର୍ବାଚନ ହେବ ।
ଓଡ଼ିଶାର ରାଜ୍ୟସଭା ସାଂସଦ ପଦରୁ ଅଚ୍ୟୁତାନନ୍ଦ ସାମନ୍ତ, ପ୍ରତାପ କେଶରୀ ଦେବ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ ଓଡ଼ିଶାରୁ ୩ଟି ଆସନ ଖାଲି ହୋଇଛି । ଅନୁଭବ ମହାନ୍ତି ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ କାର‌୍ୟକାଳ ବର୍ଷକରୁ କମ୍‌ ଥିବାରୁ ଉପନିର୍ବାଚନ ହେବ ନାହିଁ । ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଛି । ବିଜେଡି ୩ଟି ଯାକ ଆସନ ଅକ୍ତିଆର କରିବା ନିଶ୍ଚିତ । ବିଜେଡି ମୁଖିଆ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ନଜର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons