ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭିନ୍ନକ୍ଷମଙ୍କୁ ସଶକ୍ତ କରିବାକୁ ସରକାର ସବୁଠୁ ବେଶୀ ଗୁରୁତ୍ୱ ଦେଉଛନ୍ତି । ସେମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ । ଭିନ୍ନକ୍ଷମଙ୍କ ପାଖରେ ଦକ୍ଷତାର ଅଭାବ ନାହିଁ । ଅନେକ କ୍ଷେତ୍ରରେ କାର୍ଯ୍ୟକାରୀ କରାଇ ଦେଖାଇଛନ୍ତି ମଧ୍ୟ ସେମାନେ । ହେଲେ ସମାନ ସୁବିଧା ଆଉ ସୁଯୋଗ ମିଳିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଦିବସରେ ଏମିତି ଆହ୍ୱାନ ଦେଇଛନ୍ତି ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଦିବାସୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଦିବସ ଆୟୋଜନର ମୂଳ ଲକ୍ଷ୍ୟ ହେଉଛି, ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ାଇବା । ଭିନ୍ନକ୍ଷମଙ୍କ ଲାଗି ପେନସନ୍ ହେଉ କି ସ୍ୱତନ୍ତ୍ର ତାଲିମ । ଅନେକ କାର୍ଯ୍ୟକ୍ରମ କରି ଓଡ଼ିଶା ଜାତୀୟସ୍ତରରେ ମଡେଲ୍ ହୋଇପାରିଛି । ପ୍ରତ୍ୟେକ ଭିନ୍ନକ୍ଷମ ବ୍ୟକ୍ତି ଯେମିତି ନିଜର ଅଧିକାର ପାଇ ପାରିବେ, ଏ ଦିଗକୁ ଗୁରୁତ୍ୱର ସହ ନେବା ଦରକାର ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ଏବେ ରାଜ୍ୟରେ ୮ଟି ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ରହିଥିବା ବେଳେ ଆଉ ୩ ଟି ନୂଆ କେନ୍ଦ୍ର ଖୋଲିବ । ସେହିଭଳି ମାନସିକ ଭିନ୍ନକ୍ଷମ ପାଇଁ ମଧ୍ୟ ୩ଟି ନୂଆ ଥଇଥାନ କେନ୍ଦ୍ର ଖୋଲିବ । ବ୍ରହ୍ମପୁର, ସମ୍ବଲପୁର, ଭୁବନେଶ୍ୱର/କଟକରେ କେନ୍ଦ୍ର ଖୋଲିବ । ପୁରୀକୁ ସରକାର ବିଶ୍ୱସ୍ତରୀୟ ସରକାର ଭାବେ ଗଢିତୋଳିବାକୁ ପଦକ୍ଷେପ ନେଉଛନ୍ତି । ସରକାର ସହରରେ ଥିବା ୫୦୦ ଭିକାରୀଙ୍କୁ ମଧ୍ୟ ଥଇଥାନ୍ କରିବାକୁ ଯୋଜନା କରିଛନ୍ତି ।
ଅନ୍ୟମାନଙ୍କ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ବିଭାଗର ସଚିବ ଭାଷ୍କର ଜ୍ୟୋତି ଶର୍ମା ଓ ନିଦେ୍ର୍ଧଶକ ବ୍ରତତୀ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ୱେବସାଇଟ୍ ଓ ଆପ୍କୁ ଉନ୍ମୋଚନ କରିଛନ୍ତି । ୱେବସାଇଟ୍କୁ ଯାଇ ବ୍ୟକ୍ତି ଏନ୍ଏସିଡି, ବିବାହ ପଞ୍ଜୀକରଣ ଓ ଆଇଡି କାର୍ଡ ମିଳି ପାରିବ । ଆବେଦନ କେଉଁଠି ରହିଛି । ଆପ୍ ଜରିଆରେ ତଦାରଖ ମଧ୍ୟ କରାଯାଇ ପାରିବ ।
ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରିଥିବା ୮ଜଣ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି । ପୁରସ୍କାର ବାବଦରେ ସେମାନଙ୍କୁ ୨୫ ହଜାର ଟଙ୍କା ଓ ସ୍ମାରକ ପ୍ରଦାନ କରାଯାଇଥିଲା । ପୁରସ୍କୃତ ବ୍ୟକ୍ତିମାନେ ହେଲେ, ନୂଆପଡ଼ାର ରବି ଶଙ୍କର, ଭଦ୍ରକର ମଦନ ମୋହନ ଚୌଧୁରୀ, ପୁରୀର ଗଜଲକ୍ଷ୍ମୀ ରାୟ, ଭୁବନେଶ୍ୱର ସୁରେଶ ବେହେରା, ଅନୁଷ୍କା ଆଚାର୍ଯ୍ୟ, ଦେବାଶିଷ ସେନାପତି, ଭଦ୍ରକର ରାଖାଲ କୁମାର ସେଠୀ ଓ ରାୟଗଡ଼ାର ଅମରେନ୍ଦ୍ର ନାଥ । ମୁଖ୍ୟମନ୍ତ୍ରୀ ୩ ଜଣ ହିତାଧିକାରୀଙ୍କୁ ତିନିଚକିଆ ଗାଡ଼ି ଓ ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ଲାପ୍ଟପ୍ ପ୍ରଦାନ କରିଛନ୍ତି ।
ଭିନ୍ନକ୍ଷମ କଲ୍ୟାଣ ପାଇଁ ଉଲ୍ଲେଖନୀୟ କାମ କରିଥିବା ସମ୍ବଲପୁର ଜିଲ୍ଲାକୁ ବେଷ୍ଟ ପରଫର୍ମିଂ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଛି । ପୁରସ୍କାର ବାବଦକୁ ସ୍ମାରକୀ ସହ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons