ରାଜ୍ୟ କ୍ୟାବିନେଟ୍: ବନେ୍ଦ ଉକ୍ରଳ ଜନନୀକୁ ମିଳିଲା ରାଜ୍ୟ ସଂଗୀତ ମାନ୍ୟତା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୀର୍ଘ ୧୧୦ ବର୍ଷର ପ୍ରତୀକ୍ଷା ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନେ୍ଦ ଉକ୍ରଳ ଜନନୀକୁ ରାଜ୍ୟର ସରକାରୀ ସଂଗୀତ ମାନ୍ୟତା ମିଳିଛି । ଆଜି (ରବିବାର) ରାଜ୍ୟ କ୍ୟାବିନେଟ୍ ଏହି ସଂଗୀତକୁ ସରକାରୀ ମାନ୍ୟତା ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବିଧାନସଭାରେ ବିଧିବଦ୍ଧ ବିଲ୍ ଆସିବା ପରେ ଏହା ରାଜ୍ୟର ସରକାରୀ ସଂଗୀତ ଭାବେ କାର୍ଯ୍ୟ କରିବ । ତେବେ ଠିକ୍ ଦୁଇବର୍ଷ ତଳେ ବନେ୍ଦ ଉକ୍ରଳ ଜନନୀ ଗୀତରେ କେତେକ ଶବ୍ଦର ପରିବର୍ତ୍ତନ ପାଇଁ ଦାବି କରୁତôବା ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ମନ୍ତ୍ରୀ ସୁଶାନ୍ତ ସିଂ ଓ ପଶ୍ଚିମ ଓଡ଼ିଶାବାସୀଙ୍କୁ ମନାଇ ରାଜ୍ୟ ସରକାର ଏହି ପ୍ରସ୍ତାବକୁ କ୍ୟାବିନେଟକୁ ଆଣିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ସାଢେ଼ ୧ଟା ସମୟରେ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁÂିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଂକରେ ବନେ୍ଦ ଉକ୍ରଳ ଜନନୀ ସଂଗୀତକୁ ସରକାରୀ ମାନ୍ୟତା ଦେବା ନିମନ୍ତେ ଏକ ପ୍ରସ୍ତାବକୁ ସଂସ୍କୃତି ବିଭାଗ ପକ୍ଷରୁ ଆଗତ କରାଯାଇଥିଲା । ଯାହାକୁ ରାଜ୍ୟ କ୍ୟାବିନେଟ ମାତ୍ର ୭ ମିନିଟରେ ଅନୁମୋଦନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ଓଡ଼ିଆ ଲୋକମାନେ ଦଳମତବର୍ଣ୍ଣ ନିର୍ବିଶେଷରେ ମେ ୩୦ ତାରିଖ ଅପରାହ୍ନ ସାଢେ଼ ୫ଟାରେ ବନେ୍ଦ ଉକ୍ରଳ ଜନନୀ ଗୀତ ଗାଇଥିଲେ । ଏଥିରେ ଉତ୍ସାହିତ ହୋଇଥିବା ରାଜ୍ୟ ସରକାରଙ୍କ ଉପରେ ବନେ୍ଦ ଉକ୍ରଳ ଜନନୀ ଗୀତକୁ ସରକାରୀ ସଂଗୀତ ମାନ୍ୟତା ଦେବାକୁ ଚାପ ପଡିଥିଲା । ଆଜି ଏ ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିÂା ଓ ପ୍ରଚେଷ୍ଟା ଯୋଗୁ କାନ୍ତକବିଙ୍କ କାଳଜୟୀ ସୃଷ୍ଟିକୁ ରାଜ୍ୟ ସଂଗୀତ ମାନ୍ୟତା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଲା । ଉଲ୍ଲେଖଯୋଗ୍ୟ, ବନେ୍ଦ ଉକ୍ରଳ ଜନନୀ ଗୀତ ଓଡ଼ିଶା ବିଧାନସଭା ଓ ସମସ୍ତ ସରକାରୀ କାର୍ଯ୍ୟାକ୍ରମରେ ଗାନ କରାଯାଉଥିଲେ ମଧ୍ୟ ଏହାକୁ ସରକାରୀ ମାନ୍ୟତା ମିଳିନଥିବାରୁ ଭାଷାପ୍ରେମୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଥିଲେ । ଏପରିକି ଅନେକ ସମୟରେ ଏନେଇ ଦାବି ମଧ୍ୟ ହୋଇଛି । ରାଜ୍ୟବାସୀଙ୍କ ଭାବନାକୁ ସମ୍ମାନ ଦେଇ ସରକାର ୨୦୧୬ ମାଚର୍୍ଚ ମାସରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟି ତାଙ୍କ ରିପୋର୍ଟ ମଧ୍ୟ ସରକାରଙ୍କୁ ଦେଇଥିଲେ । ୨୦୧୮ ମସିହା ଜୁନ୍ ମାସରେ ମଧ୍ୟ ବନେ୍ଦ ଉକ୍ରଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ଦାବି ପ୍ରତି ସରକାର ମଧ୍ୟ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ । ମାତ୍ର ସେତେବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଗଣମାଧ୍ୟମରେ ଖୋଲାଖୋଲି ଭାବେ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବନାକୁ ଦୃଷ୍ଟିରେ ରଖି ବନେ୍ଦ ଉକ୍ରଳ ଜନନୀ ପରିବର୍ତ୍ତେ ବନେ୍ଦ ଓଡ଼ିଶା ଜନନୀ ବୋଲି ସଂଶୋଧନ ପାଇଁ ଦାବି କରିବା ପରେ ଏହି ପ୍ରସ୍ତାବ ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା । ସୂଚନାଯୋଗ୍ୟ ୧୯୧୦ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ବନେ୍ଦ ଉକ୍ରଳ ଜନନୀ ଗୀତକୁ ପ୍ରଥମଥର ପାଇଁ ୧୯୧୨ ମସିହାରେ ବାଲେଶ୍ୱରରେ ଉକ୍ରଳ ସମ୍ମିଳନୀରେ ବୋଲାଯାଇଥିଲା । ୧୯୩୬ ଏପ୍ରିଲ ୧ ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ମିଳିବା ସମୟରେ ମଧ୍ୟ ଏହି ଗୀତ ଗାନ କରାଯାଥିଲା । ତା’ପରେ ୧୯୯୪ ନଭେମ୍ବର ମାସରେ ଏହି ଗୀତକୁ ସରକାରୀ ଭାବେ ଉପଯୋଗ ନିମନ୍ତେ ତତକାଳୀନ ବିଧାନସଭା ବାଚସ୍ପତି ଯୁଧିÂିର ଦାସ ସର୍ବଦଳୀୟ କମିଠନ ଗଠନ କରିଥିଲେ । ୧୯୯୪ ଡିସେମ୍ବର ୨୨ରୁ ଏହି ଗୀତକୁ ବିଧାନସଭାର ପ୍ରତ୍ୟେକ ଅଧିବେଶନ ଆରମ୍ଭ ଓ ଶେଷରେ ଗାନ ପାଇଁ ନିଷ୍ପତ୍ତି ହୋଇଥିଲା । ୨୦୦୦ ମସିହାରେ ବାଚସ୍ପତି ଶରତ କର ଓ ୨୦୦୬ ମସିହାରେ ମହେଶ୍ୱର ମହାନ୍ତିଙ୍କ ସମୟରେ ମଧ୍ୟ ଏହି ଗୀତକୁ ସରକାରୀ ମାନ୍ୟତା ଦେବା ନିମନ୍ତେ ବିଧାନସଭାରେ ଦାବି ଜୋରଦାର ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons