ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୦ ତମ ରାଜ୍ୟ ଚଳଚ୍ଚିତ୍ର ଏବଂ ୭ତମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେÂ ପୁରସ୍କାର “ଜୟଦେବ ପୁରସ୍କାର’ ପାଉଛନ୍ତି ବିଶିଷ୍ଟ ଓ ବରିÂ ନାଟ୍ୟକାର, ନିଦେ୍ର୍ଧଶକ, ଫିଲ୍ମ ନିଦେ୍ର୍ଧଶକ, ସଂଳାପ ଓ ଚିତ୍ର ନାଟ୍ୟକାର ବିଜୟ ମିଶ୍ର । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାରରେ ପୁରସ୍କୃତ କରାଯାଉଛି । ପୁରସ୍କାର ସ୍ୱରୂପ ତାଙ୍କୁ ଏକ ଲକ୍ଷ ଟଙ୍କା ଅର୍ଥରାଶି ଓ ମାନପତ୍ର ଦିଆଯିବ । ଆସନ୍ତା ୧୯ ତାରିଖ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଏବଂ ୨୦ ତାରିଖରେ ରାଜ୍ୟ ଟେଲି ଫିଲ୍ମ ପୁରସ୍କାର ପ୍ରଦାନ ଉତ୍ସବ ସ୍ଥାନୀୟ ଉକ୍ରଳ ମଣ୍ଡପଠାରେ ଅନୁÂିତ ହେବ ବୋଲି ଆୟୋଜକ ତଥା ପରିଚାଳକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପୁରସ୍କାର ଘୋଷଣା ଅବସରରେ ସୂଚନା ଦିଆଯାଇଛି ।
ଶ୍ରେÂ ଚଳଚ୍ଚିତ୍ର ରୂପେ “ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ ପାଇବାକୁ ମନୋନୀତ ହୋଇଛି ଅକ୍ଷୟ କୁମାର ପରିଜାଙ୍କ ଚଳଚ୍ଚିତ୍ର “ଭିଜା ମାଟିର ସ୍ୱର୍ଗ’ । ଏଥିପାଇଁ ପୁରସ୍କାର ଅର୍ଥରାଶି ୫୦ ହଜାର ଟଙ୍କା ରହିଛି । ଶ୍ରେÂ ନିଦେ୍ର୍ଧଶକ ଭାବେ ମନମୋହନ ମହାପାତ୍ର (ଭିଜାମାଟିର ସ୍ୱର୍ଗ) ମନୋନୀତ ହୋଇଛନ୍ତି । ତାଙ୍କୁ ପୁରସ୍କାର ସ୍ୱରୂପ ୨୦ ହଜାର ଟଙ୍କା ଦିଆଯିବ । ସେହିପରି ଶ୍ରେÂ ଅଭିନେତା ମିହିର ଦାସ (ଭିଜା ମାଟିର ସ୍ୱର୍ଗ) ଏବଂ ଶ୍ରେÂ ଅଭିନେତ୍ରୀ ଭାବେ ଅର୍ଚ୍ଚିତା (ଚମ୍ପିଆନ) ମନୋନୀତ ହୋଇଛନ୍ତି । ପୁରସ୍କାର ସ୍ୱରୂପ ତାଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ ।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୨୭ଟି ବିଭାଗରୁ ୨୬ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି । ବାକି ଶ୍ରେÂ ଶିକ୍ଷା ଓ ଶିଶୁଭିତ୍ତିକ ବିଭାଗରେ କୌଣସି ସିନେମା ପ୍ରତିଯୋଗିତାକୁ ଆସିନଥିବାରୁ କାହାକୁ ପୁରସ୍କାର ଦିଆଯାଇ ନାହିଁ । ମୋଟ ୨୦ଟି ସିନେମା ଜୁରୀମାନଙ୍କ ନିକଟକୁ ଆସିଥିଲା । ସେଥିରୁ ଗୋଟିଏ ୨୦୧୬ରୁ ଥିବାରୁ ତାକୁ ବାଦ୍ ଦେଇ ୨୨ଟି ସିନେମାରୁ ପୁରସ୍କାର ମନୋନୟନ କରାଯାଇଥିଲା । ସେ ଭିତରେ ୪ଟି ପ୍ରାମାଣିକ, ୧ଟି କ୍ଷୁଦ୍ର ଓ ଆଦିବାସୀ ଚଳଚ୍ଚିତ୍ର ଏବଂ ୧୪ଟି ଫିଚର୍ ଚଳଚ୍ଚିତ୍ର ରହିଥିଲା । ସେଥିରୁ ବଛାଯାଇ ବିଭିନ୍ନ ବିଭାଗରେ ପୁରସ୍କାର ଦିଆଯାଇଛି ।
ସେହିପରି ଟେଲି ପୁରସ୍କାରରେ ୨୦ଟି ବିଭାଗରୁ ୨୦ଟିରେ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରେÂ ଟେଲି ଫିଲ୍ମ ‘ପେନ୍ସନ୍’ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବାବେଳେ ପ୍ରଯୋଜକ ଭାବେ ମାଥୁ୍ୟ ଜେନିଫ୍ ଜୋସେଫ୍ ଓ ଶିଳ୍ପା କ୍ରିଷ୍ଣନ ଶୁକ୍ଳା ଏବଂ ନିଦେ୍ର୍ଧଶକ ଭାବେ ‘ପାଇକ ବିଦ୍ରୋହ’ ଲାଗି ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି । ପ୍ରଯୋଜନା ପାଇଁ ପୁରସ୍କାର ସ୍ୱରୂପ ୧୫ ହଜାର ଓ ନିଦେ୍ର୍ଧଶନା ପାଇଁ ୧୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ । ସେହିପରି ଶ୍ରେÂ ଟେଲି ଧାରାବାହିକ ଭାବେ ପ୍ରଦୁ୍ୟମ୍ନ ଲେଙ୍କାଙ୍କ ପ୍ରଯୋଜିତ ‘ରହିଛି ରହିବି ତୋରି ପାଇଁ’ ପୁରସ୍କାର ଲାଗି ମନୋନୀତ ହୋଇଛି । ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ ।
ଶ୍ରେÂ ନିଦେ୍ର୍ଧଶକ ହରିଶ ମହାନ୍ତି (ରହିଛି ରହିବି ତୋରି ପାଇଁ) ପୁରସ୍କାର ସ୍ୱରୂପ ୨୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ । ଶ୍ରେÂ ଅଭିନେତା ଜୟନ୍ତ ସାନ୍ତରା (ପେନ୍ସନ୍) ଓ ଶ୍ରେÂ ଅଭିନେତ୍ରୀ ଯୁଗ୍ମ ଭାବେ ସୋଫିଆ ସିକନ୍ଦର (ରହିଛି ରହିବି ତୋରି ପାଇଁ), ସୋନାଲି ନାୟକ (କମ୍ଲି)ଙ୍କୁ ମନୋନୀତ କରାଯାଇଛି । ତାଙ୍କୁ ପୁରସ୍କାର ସ୍ୱରୂପ ୧୫ ହଜାର ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ । ବିଭିନ୍ନ ଟିଭି ସିରିଏଲ୍ ଏବଂ ଛୋଟ ଛୋଟ ଧାରାବାହିକରେ ଅଭିନୟ କରୁଥିବା କଳାକାରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ପାଇଁ ସ୍ଥିର ହୋଇଛି । ମୋଟ୍ ୧୭ଟି ଟେଲି ଫିଲ୍ମ ଓ ଧାରାବାହିକ ଜୁରିଙ୍କ ପାଖକୁ ଆସିଥିଲା । ସେଥିରେ ୧୦ଟି ଧାରାବାହିକ ଓ ୭ଟି ଟେଲିଫିଲ୍ମ ରହିଥିଲା ।
ଚଳଚ୍ଚିତ୍ରର ୨୭ଟି ବିଭାଗ ପାଇଁ ମୋଟ୍ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲାବେଳେ ଟେଲି ପୁରସ୍କାରର ୨୦ଟି ବିଭାଗ ପାଇଁ ମୋଟ୍ ୩ ଲକ୍ଷ ୧୦ ହଜାର ଟଙ୍କାର ପୁରସ୍କାର ରାଶି ରହିଛି ।
ଆଜି ସଂସ୍କୃତି ଭବନ ସଭାଗୃହରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ତଥା ପୁରସ୍କାର ଘୋଷଣା କାର୍ଯ୍ୟକ୍ରମରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିଦେ୍ର୍ଧଶକ ବିଜୟ କୁମାର ନାୟକ, ଯୁଗ୍ମ ନିଦେ୍ର୍ଧଶକ ସଂଘମିତ୍ରା ଶତପଥୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜୁରି କମିଟି ଅଧ୍ୟକ୍ଷ ବିଶିଷ୍ଟ ନିଦେ୍ର୍ଧଶକ ସବ୍ୟସାଚୀ ମହାପାତ୍ର, ସଦସ୍ୟ ସିନେମାଟୋଗ୍ରାଫର ଶ୍ରୀନିବାସ ମହାପାତ୍ର, ଅଭିନେତା ଅଜିତ ଦାସ, ଗୀତିକାର ବୃନ୍ଦାବନ ଜେନା, ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ, ରାଜ୍ୟ ଟେଲି ପୁରସ୍କାର ଜୁରୀ ଅଧ୍ୟକ୍ଷ ଡା. ଶୈଳେଶ୍ୱର ନନ୍ଦ, ସଦସ୍ୟ ଗବେଷକ ମନ୍ମଥ ଶତପଥୀ, ନୃତ୍ୟବିଦୁଷୀ ଡ. ସ୍ନେହପ୍ରଭା ସାମନ୍ତରାୟ, କଣ୍ଠଶିଳ୍ପୀ ଗୀତା ଦାସ, ସୁବାସ ଦାସ, ସିନେ ସାମ୍ବାଦିକ ଅଶୋକ ପାଲିତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.