ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଟକ ଏବଂ ବଲାଙ୍ଗୀର ହେବାକୁ ଥିବା ଦୁଇଟି ଜିଲ୍ଲା ପରିଷଦର ଉପନିର୍ବାଚନର ତାରିଖ ରାଜ୍ୟ ନିର୍ବାଚନ ଆୟୋଗ ଶାସକ ଦଳ ଚାପରେ ପୁଣି ଥରେ ଘୁଞ୍ଚାଇଛି ବୋଲି ଅଭିେଯୋଗ କରିଛି ବିଜେପି । ପୂର୍ବରୁ ଏହି ଉପନିର୍ବାଚନ ମାର୍ଚ୍ଚ ୫ ରେ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଥିଲେ । ପରେ ଏହି ତାରିଖକୁ ଘୁଞ୍ଚାଇ ମାର୍ଚ୍ଚ ୨୦ରେ କରିବାକୁ ଘୋଷଣା କରାଯାଇଥିଲା । ବିଜେପି ଏହି ଉପନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସମୟରେ ରାଜ୍ୟ ନିର୍ବାଚନ ଆୟୋଗ ଏହି ତାରିଖକୁ ପୁଣିଥରେ ୨୪ ମାର୍ଚ୍ଚକୁ ଘଞ୍ଚାଇଛନ୍ତି । ବାରମ୍ବାର ତାରିଖ ପରିବର୍ତ୍ତର୍ନକୁ ବିରୋଧ କରିବା ସହ ପୂର୍ବ ଘୋଷିତ ମାର୍ଚ୍ଚ ୨୦ରେ ଉପନିର୍ବାଚନ କରିବା ପାଇଁ ଆଜି ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି ।
ଶାସକ ଦଳ ପ୍ରରୋଚନାରେ ରାଜ୍ୟ ନିର୍ବାଚନ ଆୟୋଗ ଜିଲ୍ଲା ପରିଷଦ, ପଂଚାୟତ ସମିତି ସଭ୍ୟ, ସରପଂଚ ଏବଂ ୱାର୍ଡ ମେମ୍ବର ଉପନିର୍ବାଚନର ତାରିଖକୁ ବାରମ୍ବାର ପରିବର୍ତ୍ତନ କରିବା ଦୁଭାର୍ଗ୍ୟଜନକ ବୋଲି ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । ଏହି ପ୍ରତିନିଧି ଦଳରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଂଜିତ ଦାସ, ପବିତ୍ର ଦାସ, ସରୋଜ ସାମଲ, କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.