ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶାସକ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିଛି । ଯେଉଁ ଦଳ ବଦଳ ଆଇନ ବିଜେଡି ସରକାର ଆଣିଥିଲା ସେହି ଆଇନକୁ ଖୋଦ୍ ଉଲ୍ଲଘଂନ କରିଛି ବିଜେଡି । ବରଗଡ଼ ଜିଲ୍ଲାରେ ବିଜେପିର କିଛି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ହୀନ ଚକ୍ରାନ୍ତ କରି ପ୍ରଥମେ ବିଜେଡିରେ ମିଶାଇବା ପରେ ଆଉ କିଛି ସଦସ୍ୟଙ୍କୁ ନେଇ ଜିଲ୍ଲା ପରିଷଦ କବଜା କରିବାକୁ ଷଡ଼ଯନ୍ତ୍ର ଚାଲିଛି । ଦଳ ବିରୋଧୀ ଆଇନ ଅନୁଯାୟୀ ସମସ୍ତ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଧ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଦାବି କରିଛି ବିଜେପି ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟି ଏନେଇ ଦାବି ଉପସ୍ଥାପନ କରିଛନ୍ତି । ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ୯ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଦଳୀୟ ଚିହ୍ନରେ ଭୋଟ ପାଇ ନିର୍ବାଚନ ଜିତିଥିଲେ । ଦଳ ବଦଳ ଆଇନ ଅନୁଯାୟୀ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ବେଆଇନ ଭାବେ ଅଗଣତାନ୍ତ୍ରିକ ଉପାୟରେ ଦଳ ଛାଡିଛନ୍ତି । ଏମାନଙ୍କ ଉପରେ ଦଳବଦଳ ଆଇନ ଲାଗୁ କରାଯାଉ । ବିଜେଡିର ଏ ହୀନ ଉଦ୍ୟମ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀ, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ, ଇରାସିସ ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.